ହିମ୍ମତ ଓଡ଼ିଆ ନ୍ୟୁଜ ପେପରର ଚତୁଦ୍ଦଶ ବାର୍ଷିକ ଉତ୍ସବ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଓଡ଼ିଶାର ଅଗ୍ରଣୀ ଓଡିଆ ନ୍ୟୁଜ ପେପରର ପ୍ରତିଷ୍ଠା ଦିବସରେ ଓଡିଶାର ମାନ୍ୟଗଣ୍ୟ ଲୋକଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ସହ ଆଗକୁ ବଢ଼ି ଚାଲିଛି। ହିମ୍ମତ ନ୍ୟୁଜ ପେପରର ଚତୁଦ୍ଦ ଶବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଏଥିରେ ଉଦଘାତକ ଭାବେ ପଣ୍ଡିତ ପ୍ରବୋଧ ମିଶ୍ର ଓ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟ ବକ୍ତା ଭାବେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଲୋକସଭା ସାଂସଦ ରବୀନ୍ଦ୍ର ବେହେରା, ଆଠମଲିକ ବିଧାୟକ ଅଗସ୍ଥି ବେହେରା, ପୂର୍ବତନ ବିଧାୟକ ପ୍ରିୟଦର୍ଷି ମିଶ୍ର ଯୋଗଦେଇଥିଲେ। ହିମ୍ମତ ନ୍ୟୁଜ ପେପରର ମୁଖ୍ୟ ପରିଚାଳକ ରଜନୀକାନ୍ତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଏଥିରେ ମୁଖ୍ୟ ସମ୍ପାଦକ ଉମାକାନ୍ତ ପଟନାୟକଙ୍କ ସଭାପତିତ୍ଵରେ ସଫଳ ରୂପାନ୍ତରରେ ପରିଣତ ହୋଇଛି। ସମ୍ପାଦକ କମଳାକାନ୍ତ ଦାଶ, ବାର୍ତା ସମ୍ପାଦକ ସଞ୍ଜୟ ଦାସ , ସହ ସମ୍ପାଦକ ପ୍ରଦ୍ୟୁମ୍ନ ଦାସ ଯୋଗ ଦେଇଥିଲେ । ଏହି ଅବସରରେ ଓଡିଶାରୁ ବିଭିର୍ନ ଜିଲ୍ଲାରୁ ୩୦୦ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ହିମ୍ମତବାଲା ଆୱାର୍ଡରେ ୧୫ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ।ସାମ୍ବାଦିକ ମନୋରଞ୍ଜନ ସାସମଲ, ପୁର୍ଣଚନ୍ଦ୍ର ସାହୁ, ବିକ୍ରମ ମହାନ୍ତି ଏବଂ କୁନା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।