ଖାଇବାକୁ ବସିଲାଣି ମୁଖ୍ୟ ରାସ୍ତା ସମାଧାନ ନକଲେ ବଡିବ ସମସ୍ୟା

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ରୁ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ର କିଛି ସ୍ଥାନରେ ରାସ୍ତା କଡ଼ରେ ବର୍ଷା ପାଣି ଯାଇ ରାସ୍ତା ଖାଇ ଯିବା ସହ ଗର୍ତ୍ତ ସୁଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେନ୍ତୁଳୀଖୁଣ୍ଟି ନିକଟସ୍ତ ଉଦେପୁର ଓ କୋହ୍ନେଇମୁଣ୍ଡା ସହ ଆଉ କିଛି ସ୍ଥାନରେ ମଧ୍ୟ ଏଭଳି ହଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଆଗକୁ ବର୍ଷା ଲାଗି ରହିଲେ ସମ୍ପୂର୍ଣ୍ଣ ରାସ୍ତା ନଷ୍ଟ ହୋଇଯିବ ଜାଫଳରେ ଜାନୋବାହାନ ଦୃଘଟଣା ହବା ସମ୍ଭାବନା ବଡିବ ବୋଲି ବୁଦ୍ଧିଜୀବ ମୋହଳରୁ ଚୋର୍ଚ୍ଚା ହୋଉଛି । ଏହାକୁ ନେଇ ପ୍ରତିକ୍ରିୟା ନେବାରୁ ନୂତନ ରାସ୍ତା କାମ ଚାଲୁଛି ଏହି ସମସ୍ୟା ଆଉ ରହିବ ନାହିଁ ବୋଲି ଉତ୍ତର ମିଳିଛି । କିନ୍ତୁ ନବରଙ୍ଗପୁର ଠାରୁ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତିଦିନ ଶହଶହ ଜାନୋବାହାନ ଯାତାୟାତ କରୁଥିବାରୁ ତୁରନ୍ତ ଉକ୍ତ ରାସ୍ତା ମରାମତି କରିବା ପାଇଁ ଦାବି ହେଉଛି।