କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗା ପରିସରରେ ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ରାଷ୍ଟ୍ରୀୟ ହିନ୍ଦି ଦିବସ -୨୦୨୫ ପାଳିତ ହୋଇଯାଇଛି। ଏହି ସମାରୋହରେ ବିଦ୍ୟାଳୟର ହିନ୍ଦି ଶିକ୍ଷକ କହ୍ନେଇଲାଲ୍ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଶ୍ରୀବେହେରା ହିନ୍ଦି ଭାଷାକୁ ଭଲ ପାଇବା ସହ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ନିମନ୍ତେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା କାହାଣୀ ଲିଖନ, ସାଧାରଣ ଜ୍ଞାନ, ଚିତ୍ରକଳା ଓ ଗୀତ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଦୁଇ ଛାତ୍ରୀ ଓମିନା ମହାନନ୍ଦ ଓ ସୋନାକ୍ଷୀ ଠାକୁର ସଂଯୋଜନା କରିଥିଲେ।