ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗପଦର ଗ୍ରାମ ପଞ୍ଚାୟତ ଖାତିଗୁଡ଼ା ଗ୍ରାମର ପଦ୍ମନ ମୁଦୁଲି ୨୦୨୩/୨୪ ଆର୍ଥିକ ବର୍ଷରେ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ମିଳୁଥିବା ସ୍ୱଳ୍ପ ଅର୍ଥରେ ଗୃହ ନିର୍ମାଣ କରିବାକୁ ଯାଇ ଧାର କରଜ କରିବାକୁ ପଡୁଛି। ଏପଟେ ଯୋଜନାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୯୫ ଦିନର ମଜୁରୀ ଦେବା ପ୍ରାବଧାନ ରହିଛି। ଦେଖାଯାଉଛି ପ୍ରାୟତଃ ଅଧିକାଂଶ ହିତାଧିକାରୀ ୯୫ ଦିନର ମଜୁରୀ ଠିକ୍ ରୂପେ ପାଇ ପାରୁ ନାହାଁନ୍ତି। ପ୍ରଥମତଃ ମନରେଗା ଜବ କାର୍ଡ ଅଧିକାଂଶ କେ ୱାଇ ସି ନାମରେ ବା ଅନ୍ୟ କାରଣରୁ ଚାଳିଶ ପ୍ରତିଶତ ବନ୍ଦ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ୯୫ ଦିନର ମଜୁରୀ ମନରେଗା ଯୋଜନାରେ ଦୁଇଟି ପର୍ଯ୍ୟାୟରେ ପାଇଥାନ୍ତି। କିନ୍ତୁ ଜି ଆର ଏସ ହିତାଧିକାରୀ ଦେଇଥିବା ଜବ କାର୍ଡ ଧାରୀଙ୍କ ନାମରେ ଡିମାଣ୍ଡ ନ କରି ଅନ୍ୟ କାହା ନାମରେ ଡିମାଣ୍ଡ କରିବା ଦ୍ୱାରା ବହୁ ହିତାଧିକାରୀ ନିଜ ହକ୍ର ରୁ ବଞ୍ଚିତ ହେବା ସହ ଧାର କରଜରେ ବୁଡି ଆକ୍ରୋଶ ଓ ଲୋକ ନିନ୍ଦାର ଶିକାର ହେଉଛନ୍ତି। ଖାତିଗୁଡ଼ା ଗ୍ରାମର ପଦ୍ମନ ମୁଦୁଲି ପିତା ଡମୁ ମୁଦୁଲିଙ୍କ କ୍ଷେତ୍ରରେ ଏଭଳି ଘଟିଛି। ଡମୁ ମନରେଗା ବାବଦ ଅର୍ଥ ସମ୍ପର୍କରେ ଜି ଆର ଏସଙ୍କୁ ପଚାରିବାରୁ ତମେ ଅର୍ଥ ନେଇ ସାରିଛ ବୋଲି କହିଥିଲେ। ପ୍ରକୃତପକ୍ଷେ ସେ ଟଙ୍କାଟିଏ ମଧ୍ୟ ମନରେଗା ଅର୍ଥ ପାଇ ନାହାନ୍ତି ବ୍ଲକ ସ୍ତରରେ ଏ ସମ୍ପର୍କରେ ଅଭିଯୋଗ କରି ନିରାଶ ହେବା ପରେ ଏବେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି। ଜି ଆର ଏସ ନିଜ ସମ୍ପର୍କୀୟ କିମ୍ବା ନିଜ ଲୋକଙ୍କ ନାମରେ ଡିମାଣ୍ଡ ମାରି ଅର୍ଥ ଲୁଟ କରିଥିବା ଅଭିଯୋଗ କରିଛନ୍ତି। ଦେଖିବାକୁ ରହିଲା ଡମୁ ଓ ତାଙ୍କ ଭଳି ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀ ୯୫ ଦିନର ମନରେଗା ଯୋଜନାରେ ଅର୍ଥ କେବେ ପାଇ ପାରୁଛନ୍ତି।