କାନ୍ଦେଗାଁ  ଶ୍ରୀ ଭୈରବ ଦେବଙ୍କ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ କାନ୍ଦେଗାଁ ଠାରେ ଶ୍ରୀ ଭୈରବ ଦେବଙ୍କ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା ରୀତିନୀତି ଅନୁଯାୟୀ  ଅନୁଷ୍ଠିତ ହୋଇଯାଇଛି। ସକାଳେ ମା’ ଙ୍କ ମନ୍ଦିର ପ୍ରାଙ୍ଗଣ ଥିବା ଭୈରବ  ଦେବଙ୍କ ମନ୍ଦିରରରେ ପୂଜାବିଧ୍ ଆରମ୍ଭ ହୋଇ ଅଗ୍ନି କୁଣ୍ଡରେ ପୂର୍ବରୁ ପ୍ରସ୍ତୁତ କାଠରେ ଅଗ୍ନି ସଂଯୋଗ ହୋଇଥିଲା। ଭୈରବ  ଦେବଦେବୀ ମନ୍ଦିରରୁ ବାହାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଭୈରବ ଦେବଙ୍କ ପୂଜାର୍ଚ୍ଚନା ପରେ ଗାଁ ନଗର ଭ୍ରମଣରେ ବାହାରିଥିଲେ। ଯଥା ରୀତିନୀତି ଅନୁସାରେ ପୂଜାରେ ଅଗ୍ନି କୁଣ୍ଡରେ ଶ୍ରୀଭୈରବ ଦେବ ଚାଲିବା ଆରମ୍ଭ କରିଥିଲେ।  ବହୁ ଦୂରଦୁରାନ୍ତର  ଭକ୍ତ ମା ଙ୍କ ପାଖରେ ନିଜର ମାନସିକ ମନାସୀ ଆସିଥାନ୍ତି ବିଶ୍ୱାସ ରହିଛି ମା ସମସ୍ତ ଭକ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ସେଥିପାଇଁ ହଜାର ହଜାର ଭକ୍ତ ଙ୍କ ସାମଗମ ହୋଇଥାଏ।  ଶୁଭେନ୍ଦୁ ପୂଝାରୀ – ରାମଚଣ୍ଡୀ,  ରଂଜନ ଭୋଇ-ଗଙ୍ଗାଦେବି ଜୟନ୍ତ ଦାସ-ମହାଦେବ ଅଶୋକ ବିଶି ଦେହରେ ଭୈରବ ଲାଗିଥିଲେ। ଦେବେନ୍ଦ୍ର ମାଝୀ, ହାରା ଭୋଇ, ଧନଞ୍ଜୟ ପୂଝାରୀ, ସମୀର ପୂଝାରୀ, ପୂଜାର ପୂଝରୀ ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ ବେଲେ ଗ୍ରାମର ସମସ୍ତେ ସାହାଯ୍ୟ ସହଯୋଗ କରିଥାନ୍ତି ।