ଆସନ୍ତା କାଲି କେସିଙ୍ଗା ମେଡିକାଲ କୁ ଆସିବେ ୫ ଜଣ ବିଶେଷଜ୍ଞ ଡାକ୍ତର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲରେ ବହୁତ ଦିନ ହେଲାଣି ବିଭିନ୍ନ ବିଶେଷଜ୍ଞଙ୍କ ପଦବୀ ଖାଲି ପଡ଼ିଛି। ସମୟ ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ସମେତ ବିଭାଗର ଉଚ୍ଚ ଅଧିକାରୀ ଙ୍କୁ ସମସ୍ୟା ଜଣାଇଲେ ମଧ୍ୟ ଜାଣି ଶୁଣି ନ ଜାଣିଲା ପରି ଅଭିନୟ କରୁଛନ୍ତି।ପ୍ରତିଦିନ କେସିଙ୍ଗା ମେଡିକାଲ ର ଅବ୍ୟବସ୍ଥା ବାବଦରେ ଅଞ୍ଚଳର ଗଣମାଧ୍ୟମ ନିଜର ଖବରକାଗଜ ହେଉ କିମ୍ବା ନିଜ ଚେନାଲ ରେ ଖବର ପ୍ରସାରଣ କରି ସରକାରଙ୍କୁ ଅବଗତ କରାଉଥିଲେ ମଧ୍ୟ ସରକାର ଧ୍ୟାନ ଦେଇ ନାହାନ୍ତି। ବର୍ତ୍ତମାନ କେବଳ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ,ଜଣେ ଶିଶୁ ରୋଗ ବିଶେଷଜ୍ଞ,ଜଣେ ଦାନ୍ତ ବିଶେଷଜ୍ଞ ଓ ଆଉକିଛି ଡାକ୍ତର କେସିଙ୍ଗା ମେଡିକାଲ କୁ ସମ୍ଭାଳି ଅଞ୍ଚଳବାସୀଙ୍କୁ ଦିନରାତି ସେବା ଯୋଗାଇ ଆସୁଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ କାଲି ମାନେ ୧୭ ତାରିଖ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚାଲୁଥିବା ” ସ୍ଵସ୍ଥ୍ୟ ନାରୀ ସଶକ୍ତ ପରିବାର” ଅଭିଯାନ ପରିପେକ୍ଷେ ରେ କେସିଙ୍ଗା ମେଡିକାଲ କୁ ଦିନକ ପାଇଁ ୫ ଜଣ ଭଲ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଅଞ୍ଚଳବାସୀଙ୍କୁ ସେବା ଦେବେ । ମେଡିକାଲ ର ସୂଚନା ଅନୁଯାୟୀ ୧୭ ତାରିଖ ଦିନ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞା ପ୍ରତିଶ୍ରୁତି ମାଝୀ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଲଳିତ କୁମାର ଅଗ୍ରୱାଲ, ଅର୍ଥପେଡିକ ଡାକ୍ତର ଅଭିନାସ ମାଝୀ, ଦାନ୍ତ ବିଶେଷଜ୍ଞ ଡାକ୍ତର ଆଶିଷ ଶତପଥୀ, ମେଡିସିନ ସ୍ପେସି ଆଲିଷ୍ଟ ଡାକ୍ତର ବିଶ୍ୱଜିତ ମୁଣ୍ଡ, ସର୍ଜରୀ ବିଶେଷଜ୍ଞ ଡାକ୍ତର ବିନୟ ଦାସ ପ୍ରମୁଖ ଉପସ୍ଥିତ ରହି ଅନେକ ରୋଗର ଚିକିତ୍ସା କରିବା ସହିତ ମାଗଣାରେ ଔଷଧ, ରକ୍ତପରୀକ୍ଷା ସହିତ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ପରାମର୍ଶ ଦେବେ ସେଥି ପାଇଁ ଉକ୍ତ ସୁବର୍ଣ୍ଣ ସୁଯୋଗର କୁ ହାତ ଛଡା ନ କରି ଅଧିକରୁ ଅଧିକ ସଂଖ୍ୟାରେ କେସିଙ୍ଗା ସରକାରୀ ମେଡିକାଲ କୁ ୧୭ ତାରିଖ ବୁଧବାର ଦିନ ଆସି ନିଜ ଓ ନିଜ ପରିବାର ରେ ଥିବା ସ୍ଵାସ୍ଥ୍ୟ ସମସ୍ୟା ଉପସ୍ଥିତ ବିଶେଷଜ୍ଞ ଡାକ୍ତର ମାନଙ୍କୁ ଦେଖାଇ ସମସ୍ତ ମାଗଣା ସୁବିଧାର ଫାଇଦା ଉଠାଇବା ପାଇଁ କେସିଙ୍ଗା ମେଡିକାଲ ର ପ୍ରମୁଖ ଡାକ୍ତର ପ୍ରଜ୍ଞା ପ୍ରତିଶ୍ରୁତି ମାଝୀ ଅଞ୍ଚଳବାସୀ ଙ୍କୁ ଅନୁରୋଧ କରିଛନ୍ତି।