ଜୁନାଗଡ଼ରେ ଭାଜପା ପକ୍ଷରୁ ଏକ୍ ପେଡ୍ ମା’ କେ ନାମ୍ କାର୍ଯ୍ୟକ୍ରମ

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ “ଏକ ପେଡ ମା କେ ନାମ “୨.୦ ଅଭିଯାନ ଆୟୋଜନ ହେଉଛି। ଚଳିତ ବର୍ଷ ଏହି ଅଭିଯାନ ରେ ରାଜ୍ୟରେ ମୋଟ ୭୫ ଲକ୍ଷ ଚାରାରୋପଣ କରିବା ପାଇଁ ଲକ୍ଷ ରଖାଯାଇଛି। ଏହି ଅବସରରେ ଜୁନାଗଡ଼ ରେ ସ୍ଥାନୀୟ ରାମସ୍ୱାମୀ ମନ୍ଦିର ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନଗର ସଭାପତି ବିକ୍ରାନ୍ତ ପଟ୍ଟନାୟକଙ୍କ ନେତୃତ୍ବ ରେ ହେଇଥିଲା। ସେଥିରେ ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ଆଇନଜୀବୀ ଶିଶିର ପଟ୍ଟନାୟକ, ସୁଧାଂଶୁ ବରାଡ଼, ମଞ୍ଜୁଲତା ସେଠୀ, ମାଧବୀ ବାଗ, ବରିଷ୍ଠ କାର୍ଯ୍ୟକର୍ତା ସତ୍ୟନାରାୟଣ ପଣ୍ଡା, କୁବଳେଶ୍ୱର ପାଣିଗ୍ରାହୀ, କାଳିନ୍ଦ୍ରୀ ପାଣିଗ୍ରାହୀ, ଜିଲ୍ଲା ମଣ୍ଡଳ ପ୍ରତିନିଧି ଶିବରାମ ରାଉତ, ରଞ୍ଜନ ଜାଲ, ରଞ୍ଜନ ରାଉତ, ଗଣେଶ ଗହୀର, ମାଇନୋରୋଟୀ ସଭାପତି ମହମ୍ମଦ ସରିଫ, ହାଇସ୍କୁଲର ସମସ୍ତ ଶିକ୍ଷକ, ଛାତ୍ର, ଛାତ୍ରୀ ବୃନ୍ଦ ଓ ଜୁନାଗଡ଼ ର ବନପାଳ କାଁହୁ ଚରଣ ତ୍ରିପାଠୀ ଓ ତାଙ୍କ ସହଯୋଗୀ ଓ ଜୁନାଗଡ଼ ର ଜନସାଧାରଣ ସମସ୍ତେ ମିଶି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ।