ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାନାକୋଟରେ ମଙ୍ଗଳବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ଜେ ମୋହନ ରାଓ ଅଚାରୀଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନଙ୍କୁ ଦୁଇ ହଲ ଲେଖାଏଁ ପୋଷାକ ବିତରଣ କରାଯାଇଥିଲା। ଏହି ପୋଷାକ ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ କାନାକୋଟ ଗ୍ରାମ ପଞ୍ଚାୟତ ସରପଞ୍ଚ କୁମୁଦିନୀ ପୂଜାରୀ ସମ୍ମାନିତ ଅତିଥି ଚାଟିଗୁଡା ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଗ ଅବିନାଶ ବିଶ୍ୱାସ, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ଲଳିତା ମାଝୀଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମର ଜୟଦେବ ବାଗ,ଭଗତ କୁମାର ନାୟକ, ମନବୋଧ ଭତରା,ଏବଂ ବିଦ୍ୟାଳୟର ସମସ୍ତ ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।