ତେନ୍ତୁଳିଖୁଣ୍ଟି ବ୍ଲକରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ୧୫ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ସରକାରୀ ବିଦ୍ୟାଳୟ, ବେସରକାରୀ ସଂସ୍ଥାରେ ବୃକ୍ଷ ରୋପଣ କୋରାଯାଇଥିଲା। ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କ ଦ୍ଵାରା ଲମତାଗୁଡା ଶିବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଛି। ତେନ୍ତୁଳିଖୁଣ୍ଟି ଗୋଷ୍ଠି ଉନ୍ନୟନ ଅଧିକାରୀ ଅମ୍ଳାଭଟ୍ଟା, ଅଞ୍ଚଳଗୁମ୍ମା ପଞ୍ଚାୟତକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଗୁଡିକରେ ବୃକ୍ଷ ରୋପଣ କରିବା ସହ ବ୍ଲକ ପରିସରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି, କର୍ମଚାରୀଙ୍କ ସହ ବୃକ୍ଷ ରୋପଣ କରିଥିଲେ। ବ୍ଲକର ୧୫ ଗୋଟି ପଞ୍ଚାୟତରେ ୭୫୦୦ ଗୋଟି ଓ ପ୍ରତି ପଞ୍ଚାୟତ ସ୍ତରରେ ୫୦୦ ଗୋଟି ଲେଖାଏଁ ଗଛ ଲଗାଇବା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସେହିଭଳି ବାରଙ୍ଗ ପଦର ପଞ୍ଚାୟତ ଅଧିନସ୍ଥ ମଡେଲ ଡିଗ୍ରୀ କଲେଜରେ ୧୫୦, +୨କଲେଜ ୮୦, ଉଚ୍ଚ ବିଦ୍ୟାଳୟରେ ୮୦ ଗୋଟି ଚାରାରୋପଣ କରାଯାଇଛି ବୋଲି ପିଇଓ ପ୍ରତାପ ରୁଦ୍ର ଷଡଙ୍ଗୀ ପ୍ରକାଶ କରିଛନ୍ତି। ପାତ୍ରପୁଟ ଜିପିରେ ୩୦୦, ଲମତାଗୁଡା ପଞ୍ଚାୟତ ରେ ୪୫୦ ବୃକ୍ଷ ରୋପଣ ହୋଇଥିବା ପିଇଓ ବିକାଶ ସାମଲ କହିଛନ୍ତି। ଗୌଡ଼ ଦେଓପାଲ୍ଲୀରେ ୪୫୦ , ପୂଜାରିଗୁଡା ଗ୍ରାମ ପଞ୍ଚାୟତ ଠାରେ ୪୮୦ ବୃକ୍ଷ ରୋପଣ ହୋଇଥିବା ସୁଶ୍ରୀ ସ୍ୱାଗତିକା ସାହୁ ପ୍ରକାଶ କରିଛନ୍ତି। ଏହିଭଳି ବ୍ଲକର ଅନ୍ୟ ସମସ୍ତ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟାହ୍ନ ସୁଦ୍ଧା ବୃକ୍ଷ ରୋପଣ କରାଯାଇଥିବା ଜଣା ପଡ଼ିଛି। ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମଧ୍ୟ ଏହି ଭଳି ବୃକ୍ଷ ରୋପଣ କରିଥିବା ଜଣାପଡିଛି।ଯୋଗାଣ ନିରୀକ୍ଷକ ଅଧିକାରୀ ରୋହିତ ମାଝୀ ଗୌଡ଼ ଦେଓପାଲ୍ଲୀ,ବାରଙ୍ଗ ପଦର ପଞ୍ଚାୟତରେ ଉପସ୍ଥିତ ରହି ଏକ ପେଡ ମାକେ ନାମ ୨.୦ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ।