ତେନ୍ତୁଳିଖୁଣ୍ଟି ଓ ଖାତିଗୁଡାରେ ବିଶ୍ୱକର୍ମା ପୂଜା

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବତଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନରେ ପାଳିତ ହେଲା ବିଶ୍ୱକର୍ମା ପୂଜା । ତେନ୍ତୁଳିଖୁଣ୍ଟି ବ୍ଲକର ବିଦୂତ ବିତରଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ବିଶ୍ୱକର୍ମାଙ୍କ ପୂଜାର୍ଚନା । ଏହି ପୂଜାର୍ଚନାରେ ବିଦୂତ ବିଭାଗ ଯନ୍ତ୍ରୀ ଭରତ ତନ୍ତୀ କର୍ତ୍ତା ହୋଇ ପୂଜାର୍ଚନା କରିଥିବା ବେଳେ ଶୁଭରାମ ପୁଷ୍ଟି,ପ୍ରସାନ୍ତ କୁମାର ସ୍ୱାଇଁ,ସନ୍ତୋଷ କୁମାର ସ୍ୱାଇଁ,ଭିର ସ୍ୱାମୀ ରଙ୍ଗିଲା,ସନ୍ତୋଷ କୁମାର ସାମଲ,ସୂର୍ଯ୍ୟ ନାରାୟଣ ବିଶ୍ୱାଳ, ବ୍ୟଦନାଥ ବେହେରା ସମେତ ସମସ୍ଥ ବିଦୂତ କର୍ମଚାରୀ ପୂଜାର୍ଚନା ସମୟରେ ଉପସ୍ଥିତ ଥିଲେ । ସେହିଭଳି ଖାତିଗୁଡା କୁମ୍ଭାର ସାଳରେ ମଧ୍ୟ ଆୟୋଜିତ ହୋଇଥିଲା ବିଶ୍ୱକର୍ମାଙ୍କ ପୂଜାର୍ଚନା ଏଠାରେ ନର୍ସିଙ୍ଗ କୁମ୍ଭାର କର୍ତ୍ତା ହୋଇ ପୂଜାର୍ଚନା କରିଥିବା ବେଳେ ଖାତିଗୁଡା ବିଶ୍ୱକର୍ମା ପୂଜା କମିଟି ଓ ଗ୍ରାମଲୋକେ ଉପସ୍ଥିତ ରହିଥିଲେ। ସନ୍ଧ୍ୟା ସମୟରେ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କୋରାପୁଟରୁ ଆସିଥିବା ଦୃଷ୍ଟିହୀନ ଭାଇ, ଭଉଣୀଙ୍କୁ ନେଇ ଭଜନ ସମାରୋହ ସହ ସୋତାଧିକ ଭକ୍ତଙ୍କ ପାଇଁ ଅର୍ଣ୍ଣପ୍ରସାଦ ବ୍ୟାବସ୍ଥା କୋରାଯାଇଥିଲା କୁମ୍ଭାର ଶାଳରେ। ଏଥିରେ ଖାତିଗୁଡା ଆଖପାଖ ଅଞ୍ଚଳର ସୋତାଧିକ ଭକ୍ତ ଠାକୁରଙ୍କୁ ଦର୍ଶନ ସହ ଅର୍ଣ୍ଣପ୍ରସାଦ ସେବନ କରିଥିଲେ।