ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସଭାଗୃହ ଠାରେ ଆଜି ନୂତନ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ, ବିଧବା ମହିଳା ମାନଙ୍କୁ ସାମାଜିକ ସୁରକ୍ଷା ଭାରପ୍ରାପ୍ତ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାଏକଙ୍କ ତତ୍ବାବଧାନ ଭତ୍ତା ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ସମ୍ମାନିତ ଅତିଥି ଭାବେ ଦେଡସୁଲି ପଞ୍ଚାୟତ ସମିତି ସଭ୍ୟ ତଥା ଭାରତୀୟ ଜନତା ପାର୍ଟି ମ, ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା ଯୋଗଦେଇ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ବିଧବା ମହିଳା ମାନଙ୍କୁ ଗୋଟିଏ ମାସର ୧୦୦୦/- ଟଙ୍କା ଲେଖାଏଁ ବଣ୍ଟନ କରାଯାଇଛି। ଅଲାତରା ଗ୍ରାମପଞ୍ଚାୟତ ୨ ଜଣ, ବମକ ପଞ୍ଚାୟତରେ ଜଣେ, ବାରବନ୍ଧା ପଞ୍ଚାୟତରେ ୨ ଜଣ, ଦେଡସୁଲି ପଞ୍ଚାୟତରେ ୫ ଜଣ, ଲୁବେନ ଗଡ ପଞ୍ଚାୟତରେ ଜଣେ, ମାଣିକେରା ପଞ୍ଚାୟତରେ ୯ ଜଣ, ମୋହନଗିରି ପଞ୍ଚାୟତରେ ୬ ଜଣ, ନୁନପୁର ପଞ୍ଚାୟତରେ ୩ଜଣ, ପଣ୍ଡକାମାଲ ପଞ୍ଚାୟତରେ ଦୁଇ ଜଣ, ମ, ରାମପୁର ପଞ୍ଚାୟତରେ ସାତ ଜଣ, ସାଇଦଲଙ୍ଗା ପଞ୍ଚାୟତରେ ଚରିଜଣ, ସାଲେପାଲି ପଞ୍ଚାୟତରେ ଚାରିଜଣ, ସିଂପୁର ପଞ୍ଚାୟତରେ ଦୁଇ ଜଣ, ଉର୍ଲାଦାନୀ ପଞ୍ଚାୟତରେ ଚାରିଜଣ ହୀତାଧିକାରୀଙ୍କୁ ଭତ୍ତା ବଣ୍ଟନ କରା ଯାଇଛି। ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ଚାନ୍ଦନୀ ପ୍ରଧାନ, ସମାଜସେବୀ ଶଙ୍କର ସୁନା ସହଯୋଗ କରିଥିଲେ।