ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଭାପତିତ୍ୱରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନଜ ପାଣିଗ୍ରାହୀ, ଗୋଷ୍ଠି ଶିକ୍ଷାଧିକାରୀ ସୁଦୀପ୍ତ ଦାଶ, ସମିତି ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ବରିଷ୍ଠ ନାଗରିକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ପାତ୍ର, ସହକାରୀ ଯନ୍ତ୍ରୀ ଗୋବିନ୍ଦ କହଁର, ଜିଲ୍ଲା ସାମାଜିକ ସୁରକ୍ଷା ସମୀକ୍ଷକ ବୈବାସୁତ ଚାଲାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ରାଜନୈତିକ ସ୍ୱାଧୀନତା ପାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଅର୍ଥନୈତିକ ସ୍ୱାଧୀନତା ପାଇ ନଥିବା ପାତ୍ର ପ୍ରକାଶ କରିଥିଲେ। ଶିବିରରେ ଅନେକ ପଞ୍ଚାୟତ ପ୍ରତିନିଧି ଅନୁପସ୍ଥିତ ଥିବାରୁ କ୍ଷବ ପ୍ରକାଶ କରିଥିଲେ।ଆହୁରି ମଧ୍ୟ ବ୍ଲକର ଅନେକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ବହୁ ସଂଖ୍ୟକ ପରିସ୍ରା ସଂକ୍ରମଣ ଜନିତ ରୋଗ ବ୍ୟାପୁଥିବା ଦୃଷ୍ଟି ହେଉଥିବା ବେଳେ ଏହାର କାରଣ ପରିସ୍ରାଗାର ଗୁଡିକ ବିଶୋଧନ ହେଉନାହିଁ ବୋଲି ପ୍ରକାଶ କରିଥିଲେ।ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରାମଞ୍ଚଳରୁ ଯେତେବେଳେ ଯାଏଁ ଜନ ଭାଗିଦାରିତା ସଠିକ ଭାବରେ ରୂପାୟନ ହୋଇନାହିଁ ସେତେବେଳେ ଯାଏଁ ସମୀକ୍ଷା ଶିବିର ଆୟୋଜନ ସଫଳ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।ଶିବିରରେ ଲୋକ ପ୍ରତିନିଧିଙ୍କ ଉପସ୍ଥିତି ଏବଂ ସାଧାରଣ ଲୋକ ମାନଙ୍କ ଭାଗିଦାର ଆବଶ୍ୟକ ବୋଲି କହିଛନ୍ତି।ମନେରେଗା ର ମୁଖ୍ୟ ଉଦ୍ଧେଶ୍ୟ ହେଲା ଦାଦନ ଶ୍ରମିକ ଚାଲାଣ ରୋକିବା, ସମଗ୍ର ଶିକ୍ଷା କୁ ଗୁରୁତ୍ୱ ଦେଇ ଶିକ୍ଷା ହାର ବୃଦ୍ଧି ଦିଗରେ ସମସ୍ତେ ମିଶି ଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି। ମନେରେଗାର ୭ଟି ରେଜିଷ୍ଟର ସୁପରିଚାଳନା ସହ ବାଧ୍ୟତାମୂଳକ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।ଶୋହେ ଦିନର କାର୍ଯ୍ୟ ଲୋକଙ୍କ ଆବଶ୍ୟକତା ଅନୁସାରେ କାହିଁକି ହୋଇପାରୁନାହିଁ ବୋଲି ପ୍ରଶ୍ନ ଉଠିଥିଲା।ଲୋକଙ୍କ ଆବଶ୍ୟକତା ଅନୁସାରେ ପ୍ରାଥମିକତା ନୁସାରେ କାର୍ଯ୍ୟ ଆରମ୍ଭ କରିବା ଦରକାର। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବହୁ ଜବ କାର୍ଡ ଧାରୀ ଡିଲିଟ ହୋଇଥିବା ବେଳେ ଆଗାମୀ ଦିନରେ ଖୁବଶୀଘ୍ର ସେମାନଙ୍କୁ ପୁଣି କେ ୱା ସି କରି ଯୋଡାଯିବ ବୋଲି କହିଥିଲେ।