ପଲମକୁ ନୂତନ ବ୍ଲକ୍ ମାନ୍ୟତା ଦାବିନେଇ ୭ମ ପ୍ରସ୍ତୁତି ବୈଠକ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମକୁ ନୂତନ ବ୍ଲକ୍ ଦାବିକରି ନୂତନ ବ୍ଲକ୍ ଗଠନ କମିଟି ପକ୍ଷରୁ ୧୪ଟି ଗ୍ରାମ ପଞ୍ଚାୟତକୁ ନେଇ ୭ମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିପାଇଁ ତା ୨୧/୦୯/୨୦୨୫ରିଖ ରବିବାର ଦିନ ପଲମ କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ହାତିଖୋଜ ଗ୍ରାମପଞ୍ଚାୟତ ସ୍ଥିତ ଇନ୍ଦିରାକାନନ ଶ୍ରୀଶ୍ରୀ ସିଦ୍ଧେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇ ୧୪ଟି ଗ୍ରାମପଞ୍ଚାୟତକୁ ଏହି ନୂତନ ବ୍ଲକ୍ ଗଠନ କମିଟି ଗଠନ ହୋଇ ପଲମକୁ ନୂତନ ବ୍ଲକ୍ ଗଠନ ପାଇଁ ଦାବି କରି ସମସ୍ତ ପ୍ରକାର କାର୍ଯ୍ୟପନ୍ଥାର ପ୍ରସ୍ତୁତି ଆରମ୍ଭ କରିଛି।ପଲମ ,ମୁଡିଙ୍ଗ୍ ,ଯୋରାଡବରା ,ସାପଲହରା ,ରେଗଡା ,ବେଲଖଣ୍ଡି ,ହାତିଖୋଜ ,ସିର୍ଜାପାଲି ,ତୁଣ୍ଡଲା ,ତୁର୍ଲାଖମନ ,ନୂନମାଠ ,ଟକର୍ଲା ,ଗିଗିନା ,ମସ୍କୁଟି ଆଦି ଗ୍ରାମପଞ୍ଚାୟତକୁ ନେଇ ପଲମରେ ନୂତନ ବ୍ଲକ୍ ଗଠନ ପାଇଁ ଦାବି କରିଛି ନୂତନ ବ୍ଲକ୍ ଗଠନ କମିଟି ।ପଲମରେ ଯଦି ନୂତନ ବ୍ଲକ୍ ଗଠନ ହୁଏ ତେବେ ଏହି ଗ୍ରାମପଞ୍ଚାୟତକୁ ସମସ୍ତ ପ୍ରକାର ସୁବିଧା ମିଳିବ ବୋଲି ସମର୍ଥନ ଜଣାଇଛନ୍ତି ଏହି ଗ୍ରାମପଞ୍ଚାୟତ ବାସୀ ।ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଜନସଂଖ୍ୟା ,ଭୌଗଳିକ ସ୍ଥିତି ,ସରକାରୀ ଜାଗା ପ୍ରତ୍ୟୋକ ଦୃଷ୍ଟିକୋଣରୁ ସମସ୍ତ ଗାଇଡଲାଇନ୍ ପୁରଣ କରିଥିବାରୁ ଏବଂ ୧୪ଗୋଟି ପଞ୍ଚାୟତର ମଧ୍ୟସ୍ଥ ସ୍ଥାନ ହୋଇଥିବାରୁ ପଲମ ନୂତନ ବ୍ଲକ୍ ଗଠନ ପାଇଁ ଦାବିଦାର୍ ବୋଲି ଆଲୋଚନା କରିବା ସହିତ ଆଗାମୀ ଦିନର କାର୍ଯ୍ୟଖସଡା ,କମିଟିର କାର୍ଯ୍ୟପନ୍ଥା ପ୍ରସ୍ତୁତି ଆରମ୍ଭ ,ମିଡିଆ ସେଲ୍ କମିଟି ଯୋଜନା କରାଯାଇଥିଲା ।ସୁଚନା ଅନୁସାରେ ୧୯୯୨ ମସିହାରେ ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ପଲମରେ ନୂତନ ବ୍ଲକ୍ ଗଠନ ପାଇଁ ପ୍ରତିଶୃତି ଦେଇଥିଲେ ।ବର୍ତ୍ତମାନ ରାଜ୍ୟ ସରକାର ନୂତନ ବ୍ଲକ୍ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେଥିପାଇଁ ଏହି ଦାବି ପୁରଣର ଆଶା ଉଜ୍ଜୀବିତ ହୋଇଯାଇଛି ଏଣୁ ଏହି ଦାବି ପୂରଣ ପାଇଁ କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି ।ତୁଣ୍ଡଲା ସରପଞ୍ଚ ତଥା ନୂତନ ବ୍ଲକ୍ ଗଠନ କମିଟି ସଭାପତି ସରୋଜ ସେଠଙ୍କ ଆବାହନରେ ,କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ,ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ ,ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ ଓ ଦିପାଞ୍ଜଳି ସାହୁ ,ସଂପାଦକ ଦେବରାଜ ରଣା ,ସହ ସଂପାଦକ ରମେଶ ଚନ୍ଦ୍ର ମାଝୀ ,କୋଷାଧ୍ୟକ୍ଷ ଇଶ୍ଵରଚନ୍ଦ୍ର ମାଝୀ ଓ ବେଣୁଧର ମାଝୀ ଓ ୧୪ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ସମସ୍ତ ଉପଦେଷ୍ଟା କମିଟି ସଭ୍ୟ ଜନ୍ମେଜୟ କମ୍ପ ,ଲୋକନାଥ ଦାସ ,ନିଲାମ୍ବର ବେହେରା ,ବୁଦ୍ଧିରାମ ସାହୁ ,ଜନ୍ମେଜୟ ସାହୁ ,ହିରାମଣୀ ସାହୁ ,ଟୁପିଲାଲ୍ ସାହୁ ,ନିରଞ୍ଜନ ନନ୍ଦ ,ଜଗତରାମ ଭୋଇ ,ଶରତଚନ୍ଦ୍ର ଭୋଇ ,ଲକ୍ଷାପତି ସାହୁ ,ଫାଲଗୁନୀ ସାହୁ ତଥା ପ୍ରତ୍ୟୋକ ଗ୍ରାମପଞ୍ଚାୟତର ଶିକ୍ଷାବିତ୍ ତଥା ଜନସାଧାରଣ ଏହି ସମାବେଶରେ ଯୋଗଦେଇ ଦାବି ଉପସ୍ଥାପନ କରିଥିଲେ ।ପୂର୍ବତନ ସରପଞ୍ଚ ମହେନ୍ଦ୍ର ଭୋଇ ,ପୁରୁନ୍ଦର ସାହୁ ,ଭୁବନେଶ୍ୱର ସାହୁ ,ଉମାଶଙ୍କର ମିଶ୍ର ,ସୁରେଶ ସାହୁ ,ସୁନିଲ୍ ସାହୁ ,ହେମସାଗର ସାହୁ ,ବଳରାମ ଭୋଇ ,ହେମକିଶୋର ନାଗ ,ତଥା ଅନେକ ବୁଦ୍ଧିଯିବି ଯୋଗଦେଇ ସମାବେଶରେ ଯୋଗଦେଇ ସହଯୋଗ କରିଥିଲେ ।ପଲମକୁ ରାଜ୍ୟସରକାର ନୂତନ ବ୍ଲକର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଏହି ଦାବି ଜାରିରହିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।ଏହି ସମାବେଶକୁ ଶିକ୍ଷକ ଗୌରଚନ୍ଦ୍ର ଗହିର ପରିଚାଳନା କରିଥିଲେ ।ଏହି ସମାବେଶରେ ୧୪ଟି ଗ୍ରାମପଞ୍ଚାୟତର ଜନପ୍ରତିନିଧି ,ଶିକ୍ଷାବିତ୍ ଓ ଶତାଧିକ ଜନସାଧାରଣ ଯୋଗଦେଇ ବୈଠକକୁ ସାଫଲ୍ୟ ମଣ୍ଡିତ କରିବା ସହ ପଲମକୁ ନୂତନ ବ୍ଲକ୍ ମାନ୍ୟତା ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *