ଶାରଦୀୟ ନବରାତ୍ରୀ ପାଇଁ ମାଁ ଅମ୍ବେ ମନ୍ଦିରରେ ଜୋର୍ ସୋରରେ ଚାଲିଛି ପ୍ରସ୍ତୁତି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲାର ଧର୍ମ ନଗରୀ କେସିଙ୍ଗାରେ ଆସନ୍ତା ୨୨ ତାରିଖରୁ ପ୍ରସିଦ୍ଧ ମାଁ ଅମ୍ୱେ ମନ୍ଦିରରେ ଶାରଦୀୟ ନବରାତ୍ରୀ ପାଳନ ପାଇଁ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନୋସ୍କାମନା ଦୀପ ପ୍ରଜ୍ବଳନ କରାଯିବାର ବ୍ୟବସ୍ଥା କରାଯାଇଛି ଯାହାର ମୂଲ୍ୟ ତେଲ ଦୀପ ୭୦୦ ଟଙ୍କା ଦେଶୀ ଘିଅ ଦୀପ ୧୫୦୦ ଟଙ୍କା ରଖାଯାଇଛି ସହରର ପ୍ରାୟ ପ୍ରତ୍ୟେକ ଦୋକାନରେ ଦୀପ କୁପନ ମିଳିଥିବା ବେଳେ ଶ୍ରଦ୍ଧାଳୁ ନିଜେ ମାଁ ଅମ୍ବେ ମନ୍ଦିର ପରିସରକୁ ଯାଇ କୁପନ୍ ନେଇ ପାରିବେ। ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଭୋଗ ର ବ୍ୟବସ୍ଥା କରାଯାଇଛି ଭୋଗ କୁପନ ର ମୂଲ୍ୟ ୬୦ ଟଙ୍କା ରଖାଯାଇଛି।ସେହିପରି ନବରାତ୍ରୀ ପାଳନ ସମୟରେ ମନ୍ଦିରରେ ସତଚଣ୍ଡୀ ମହାଯଜ୍ଞ ଏବଂ ରୁଦ୍ରାଭିଷେକର ମଧ୍ୟ ଆୟୋଜନ କରାଯାଇଛି ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ନବରାତ୍ରୀ ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧ ତାରିଖରେ ଶେଷ ହେବ।ମନ୍ଦିର ରଙ୍ଗ, ସାଫସଫାଇ ଏବଂ ଆଲୋକ ସାଜସଜ୍ଜା ଆରମ୍ଭ ହୋଇ ଯାଇଥିବା ବେଳେ ୨୨ ତାରିଖକୁ ଶ୍ରଦ୍ଧାଳୁ ଜଗି ରହିଛନ୍ତି।

Leave a Reply

Your email address will not be published. Required fields are marked *