କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ପ୍ରହଲ୍ଲାଦ ପଣ୍ଡାଙ୍କ ୮୯ ବର୍ଷ ବୟସରେ ଶନିବାର ପ୍ରାତଃ ସମୟରେ କଲମପୁର ସ୍ଥିତ ବାସ ଭବନରେ ଦେହାନ୍ତ ହୋଇ ଯାଇଛି। କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ। ସେ ଅତ୍ୟନ୍ତ ସରଳ, ଆଧ୍ୟାତ୍ମିକ ପ୍ରେମୀ, ଅମାୟିକ ବ୍ୟକ୍ତିତ୍ୱ ଥିଲେ। ଦୀର୍ଘ ବର୍ଷ ଧରି କାଳୀକୃଷ୍ଣ ସଂଘର ସଭାପତି ଦାଇତ୍ୱରେ ରହି ସଂଘର ପ୍ରଚାର ପ୍ରସାର କରିଥିଲେ। କର୍ମମୟ ଜୀବନରେ ଦୀର୍ଘ ବର୍ଷ ଧରି କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟରେ ଚାକିରୀ କରି ଅବସର ଗ୍ରହଣ କରିଥିଲେ। ଅନ୍ତିମ ଶଯ୍ୟା ନିକଟରେ ପୁଅ ମନୋରଞ୍ଜନ, ଚିତ୍ତ ରଞ୍ଜନ, ପୁତ୍ର ବଧୂ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ପୁଅ ମନୋରଞ୍ଜନ (ଲାଲୁ) ଏବଂ ଚିତ୍ତ ରଞ୍ଜନ ମୁଖାଗ୍ନି ଦେଇଥିଲେ। ଶବାଧାରରେ ଗ୍ରାମ ତଥା ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଯୋଗ ଦେଇ ଅନ୍ତିମ ସଂସ୍କାର କରିଥିଲେ। ସ୍ବର୍ଗତ ପଣ୍ଡାଙ୍କ ଏହି ଦୁଃଖଦ ଖବର ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କାଳୀକୃଷ୍ଣ ସଂଘ ସଂଚାଳକ ଜଗଦାନନ୍ଦ ଜୀଙ୍କ ସମେତ ଅନେକ ଆଡୁ ଶୋକାଵାର୍ତା ପରିବାର ବର୍ଗଙ୍କ ପାଖକୁ ଆସିଛି।