କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମୀନଗୁର ପଞ୍ଚାୟତ ଅନ୍ତର୍ଗତ ଧନପୁର ଠାରେ ପ୍ରଡୁସର୍ ଗ୍ରୁପ ଧନପୁର ଓ ନେତାଜୀ ସେବା ସଂଗଠନ କଲମପୁରର ମିଳିତ ଉଦ୍ୟମରେ ଧନପୁର ଉତ୍ପାଦକ ଗୋଷ୍ଠି ପରିସରରେ ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବକୁ ନେଇଁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ସଂଗଠନ ସଭାପତି ସଂଜୀବ କୁମାର ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ଘୁମୁରା ଗୁରୁ କବି ସୀମାଞ୍ଚଳ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥୀ ଭାବେ ଶିକ୍ଷାବିଦ୍ ତଥା ଲୋକ କବି ଦୟାନୀଧି ବାଣୁଆଁ, ସମାଜସେବୀ ଚିନ୍ମୟ ବେହେରା, କବି ବେଦବର ଡଙ୍ଗରି, ସାମାଜିକ କାର୍ଯ୍ୟକର୍ତା ମନୋଜ କୁମାର ନାଏକ, ଶିକ୍ଷାବିତ ଶୁବ୍ରତ କୁମାର ବେହେରା, ବିରଜା ପ୍ରସାଦ ପଣ୍ଡା ଓ ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଯୋଗଦାନ କରି ପବିତ୍ର ଗଣପର୍ବର ପରମ୍ପରା ଓ ସଂସ୍କୃତି ବିଷୟରେ ଆଲୋଚନା କରିବା ସହ ଗ୍ରାମାଞ୍ଚଳର ସଂଗଠନ ଓ ଆୟୋଜନକୁ ସ୍ୱାଗତ ଯୋଗ୍ୟ ତଥା ପ୍ରସଂଶନୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ, ପ୍ରାରମ୍ଭରେ କୁରେଇ ପତ୍ରରେ ଉପସ୍ଥିତ ଥିବା ସମସ୍ତଙ୍କୁ ନୂଆଁ ପ୍ରସାଦ ଦେଇ ନୂଆଁଖାଇ ଭେଟଘାଟ କରାଯାଇଥିଲା। ଦୁଷ୍ମନ୍ତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶଙ୍କର ପ୍ରସାଦ ରାଉଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଡୁସର ଗ୍ରୁପର ସୁମିତ୍ରା ସାହୁ, ସସ୍ମିତା ନାଏକ ଓ ଦିପାଞ୍ଜଳି ପଟ୍ଟଯୋଶୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳର ଯୁବକଲାକାର, ଲୋକକବି, ଗୀତ କବି ଯୋଗଦାନ କରି ଚିତ୍ତା କର୍ଷକ ଭାବେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଅଭିନାସ ମୁଣ୍ଡ ଲକ୍ଷ ଉଦେଶ୍ୟ ଜ୍ଞାପନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବେଦପ୍ରକାଶ ପଣ୍ଡା, ଗିରିଶ୍ବର ସାହୁ, ଭୂମିକାନ୍ତି ନାଏକ, ସୁକାନ୍ତି ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କବି ଦୟାନୀଧି ବାଣୁଆଁ, ବେଦବର ଡ଼ଙ୍ଗରିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସଭାନେତ୍ରୀ ପାର୍ବତୀ ବାଣୁଆ, ସମ୍ପାଦିକା ନମିତା ବିଶି, କୋଷାଧ୍ୟକ୍ଷ ଆଶ୍ରିତା ପଣ୍ଡା, ପ୍ରଶିକ୍ଷିତା ରିତାଞ୍ଜଳୀ ପଣ୍ଡା ସକ୍ରିୟ ଭାବେ ସହଯୋଗ କରି ପ୍ରସାଦ ବଣ୍ଟନ କରିଥିଲେ। ପରିଶେଷରେ ଲଳିତ କୁମାର ବିଶି ନୁଆଁଖାଇ ଭେଟଘାତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।