କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର): ଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଭାରତୀୟ ଜନତା ପାର୍ଟିର ତରଫରୁ ସେପ୍ଟେମ୍ବର ୧୭ ତାରିଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯାଉଛି ।ଏହି ପରିପ୍ରେକ୍ଷୀରେ ସେବା ପକ୍ଷର ପଞ୍ଚମ ଦିନରେ କେସିଙ୍ଗା ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ୱରେ କେସିଙ୍ଗା ଏନ୍ ଏ ସି ୱାର୍ଡ ନମ୍ବର ତିନି ଓ ଚାରି ରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇ ରାସ୍ତା ଘାଟ ସଫା କରାଯାଇ ଥିଲା | ସଫେଇ ସମୟରେ ହାତରେ ଗ୍ଲୋବ ଓ ମୁହଁରେ ମାସ୍କ ପିନ୍ଧି ସମସ୍ତେ ସଫେଇ ଅଭିଯାନ କରିଥିଲେ | ଏହି ସଫେଇ କାର୍ଯ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନମିତା ରାଣୀ ସାହୁ, ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ସମ୍ପାଦକ ଯୁଗଳ କିଶୋର ଦୀପ, ଉପସଭାପତି ପ୍ରୀତେଶ ପଟେଲ ,ୱାର୍ଡ ନମ୍ବର ଚାର ର କାଉନସିଲର ଧରଣୀ ଧର ନାୟକ, କମଳାକାନ୍ତ ସାହୁ, ଯାଜ୍ଞସେନୀ ସାହୁ, ଲକ୍ଷ୍ମୀ ହର୍ଣ୍ଣ ,ଜୟନ୍ତୀ ଗହୀର, ମଞ୍ଜୁଳା ନାୟକ ଓ ମେଘନାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ