କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଅଗ୍ରୱାଲ ସମାଜର ମହାନ୍ ଉତ୍ସବ ଅଗ୍ରସେନ ଜୟନ୍ତୀ କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ମହାଆଡ଼ମ୍ବର ସହିତ ପାଳିତ ହୋଇଯାଇଛି।ଅଗ୍ରସେନ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଅଗ୍ରୱାଲ ସମାଜ ସହିତ ଅନେକ ସଂଗଠନର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଥିବା ଉକ୍ତ ଜୟନ୍ତୀ ପାଇଁ ସେପ୍ଟେମ୍ବର ୯ ତାରିଖରୁ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଖେଳକୁଦ ବ୍ୟତୀତ ଅନେକ ଚିତ୍ତାକର୍ଷକ ପ୍ରତିଯୋଗିତା ଦେଖିବାକୁ ଅଞ୍ଚଳବାସୀଙ୍କୁ ମିଳିଥିଲା। ଅଗ୍ରସେନ ଜୟନ୍ତୀ ପାଇଁ ଚଳଚଞ୍ଚଳ ହୋଇପଡ଼ିଥିଲା କେସିଙ୍ଗା ସହର। ବିରାଟ ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖଣାହାରିକୁ ମନମୁଗ୍ଧ କରିଥିଲା। ସେବା ସମାନତା ଓ ଅହିଂସା କୁ ମୂଳ ଲକ୍ଷ ନେଇ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମାଜର ଏକତା ଓ ଏକତ୍ରିତତା ଓ ଭାଇଚାରା ଦେଖିବାକୁ ମିଳିଥିଲା।ଚଳିତ ବର୍ଷ କେସିଙ୍ଗା ଅଗ୍ରୱାଲ ସଭା ତାହାର ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ସମାରୋହ ମଧ୍ୟ ପାଳନ କରୁଛି। ଏହି ଅବସରରେ ଅଗ୍ରସେନ ଜୟନ୍ତୀ ଦିନ ସକାଳୁ ରାତ୍ରି ପର୍ଯ୍ୟନ୍ତ ସମ୍ମାନ ପୁରସ୍କାର ଓ ଆହୁରି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ର ରାଜ୍ୟ ସଭାପତି ଅରୁଣା ଅଗ୍ରୱାଲ ଏବଂ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ ମାରୱାଡ଼ି ଯୁବା ମଞ୍ଚ ର ରାଷ୍ଟ୍ରୀୟ କନଭେନର ଅନୁରାଧା ଅଗ୍ରୱାଲ। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ରୱାଲ ସଭାର ସଭାପତି ପ୍ରବୀଣ ଅଗ୍ରୱାଲ ସମ୍ପାଦକ ରୋହିତ କୁମାର ଅଗ୍ରୱାଲ, ବିନୋଦ ଅଗ୍ରୱାଲଙ୍କ ସମେତ ଅଗ୍ରୱାଲ ସଭାର ପ୍ରମୁଖ କର୍ମକର୍ତ୍ତା ଓ ଶହ ଶହ ସଂଖ୍ୟାରେ ଅଗ୍ରୱାଲ ସମାଜ ର ମହିଳା ମାନେ ଉପସ୍ଥିତ ଥିଲେ।