ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ, ରାମପୁର ବନବିଭାଗ ଦ୍ୱାରା ଶାଲ କାଠ ଗଣ୍ଡି ସହ ଦୁଇ ଜଣ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ମ, ରାମପୁର ବନବିଭାଗ କୈାଣସି ସୂତ୍ରରୁ ଖବର ପାଇ ମ, ରାମପୁର ବନବିଭାଗ ଅଧିକାରୀ ଅତିସ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବ ଯୋଜନା ମୁତାବକ ବନବିଭାଗ ଜାଲ ବିଛେଇ ଜଗି ରହିଥିଲେ ଠିକ ରବିବାର ଦିନ ରାତି ପ୍ରାୟ ୧ ଘଣ୍ଟା ସମୟରେ ଟାପରାଙ୍ଗ ସଂଗ୍ରକ୍ଷିତ ଜଙ୍ଗଲ ରୁ ଶାଲ କାଠ ଗଣ୍ଡି ଚୋରାଚାଲାଣ କରୁଥିବା ସମୟରେ ବନବିଭାଗ ଟିମ କାଠ ମାଫିଆ ଙ୍କୁ କାଠ ଗଣ୍ଡି ସହ ଦୁଇ ଜଣଙ୍କୁ ଗିରଫ କରିଥିବାରେ ସଫଳ ହୋଇଥିଲେ। ଆଜି ସନ୍ଧ୍ୟା ସମୟରେ ମ, ରାମପୁର କୋର୍ଟ କୁ ମାମଳା ରୁଜୁ କରି ଚାଲାଣ କରିଥିବା ମ, ରାମପୁର ବନବିଭାଗ ଅଧିକାରୀ ଶ୍ରୀ ଯୁକ୍ତ ଦାସ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏଥିରେ ଫରେଷ୍ଟର ଦୀପକ କୁମାର ସା, ଫରେଷ୍ଟ ଗାର୍ଡ ବାଲ କୃଷ୍ଣ ଜାଲ, ଫରେଷ୍ଟ ଗାର୍ଡ ମଧୁସ୍ମିତା ଭୋଇ, ପ୍ରକାଶ ମାଝୀ, ତୁଳସୀ ରାମ ଭୋଇ, ବୈଚନ୍ଦ୍ର ସାହୁ, କିଶୋର ମାଝୀ ପ୍ରମୁଖ ସାମିଲ ହୋଇଥିଲେ।