ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ବିଜେପି ମୈଦଲପୁର ମଣ୍ଡଳ ପକ୍ଷରୁ ଗର୍ବରାଇ ଶୈବପୀଠ ରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଥିଲା। ଗର୍ବରାଇ ଶୈବପୀଠ ପରିସର ମଧ୍ୟରେ ଅନେକ ଔଷଧିୟ ବୃକ୍ଷ ବୃକ୍ଷରୋପଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ପୂର୍ବତନ ଚେୟାରମେନ ଲିଙ୍ଗରାଜ ଭତରା, ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ବିଜେପି ନେତା ହରି ଶର୍ମା, ଦୀନବନ୍ଧୁ ବିଷୋୟୀ, ତ୍ରିନାଥ ଅମାନତ୍ୟ, ମୈଦଲପୁର ବନପାଳ ମଧୁସୂଦନ ପାତ୍ର ଓ ଅଞ୍ଚଳ ପ୍ରମୁଖ ବିଜେପି ନେତା ଉପସ୍ଥିତ ଥିଲେ।