ଅଖିଳ ଭାରତୀୟ ଗୋଣ୍ଡଓ୍ବାନା ମହାସଭା ଯୁବ କମିଟି ଗଠନ

ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସଦର ରାମେଶ୍ବର ମହାଦେବ ମନ୍ଦିର ପରିସରରେ କଳାହାଣ୍ଡି ଜିଲ୍ଲା ସଭାପତି ପଦ୍ମନ ପାତ୍ରଙ୍କ ଆହ୍ୱାନ କ୍ରମେ ଗୋଣ୍ଡଓ୍ବାନା ଯୁବ କମିଟି ଗଠନ ହୋଇଯାଇଛି। ଜିଲ୍ଲା ମହାସଚିବ ଲୋଚନ ଧରୁଆ, ରାଜ୍ୟ ସଚିବ ଗୈାତ୍ତମ ପାତ୍ର, ରାଜ୍ୟ ଯୁବ ସଂଗଠନ ସାଧାରଣ ସମ୍ପାଦକ ଆଇନଜୀବି ରବିନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ମ, ରାମପୁର, କର୍ଲାମୁଣ୍ଡା, ନର୍ଲା, ଲାଞ୍ଜିଗଡ଼ ଓ କେସିଙ୍ଗା ୫ ଟି ବ୍ଲକ କାର୍ଯ୍ଯ କର୍ତ୍ତା ପଲ୍ଲୀ କାର୍ଯ୍ୟ କର୍ତ୍ତା ସମେତ ଶତାଧିକ କାର୍ଯ୍ୟ କର୍ତ୍ତା ଯୋଗଦେଇଥିଲେ। ଜିଲ୍ଲା ଯୁବ ସଂଗଠକ ସଭାପତି ଜୟ ପାତ୍ର, ମହାସଚିବ ଭାବେ କାନ୍ତ ପାତ୍ର, ସୁରେଶ କୁମାର ପାତ୍ର, କୋଷାଧ୍ୟକ୍ଷ ମହେନ୍ଦ୍ର ପାତ୍ର,ସୁଚନା ସଚିବ ଚିନ୍ତା ମଣି ଭୋଇ, ଉପଦେଷ୍ଟା କମିଟି ଭାବେ ଆଇନଜୀବି ରବିନ୍ଦ୍ର ଭୋଇ, ଜଏଣ୍ଟ ପ୍ରଫେସର ଡ଼ଃ ଡୋଲାମଣି ଧରୁଆ, ପ୍ରଫେସର ଡ଼ଃ କୈାତୁକ ପନ୍ଦର,ଓଏସ ନିଳମାଧବ ପାତ୍ର, ଓଏସ ନନ୍ଦ କିଶୋର ପାତ୍ର, ଓଏଏସ୍ ଗୋରେସର ପାତ୍ର, ଟିଏସପି ତେଜରାଜ ପାତ୍ର, ଓଡ଼ିଶା ପୋଲିସ ମୋହନ ଚାନ୍ଦ ପାତ୍ର, ପୋଲିସ ଦିଲ୍ଲୀପ ଭୋଇ, ଶିକ୍ଷକ କୁଳ ମଣି ପାତ୍ର, ବରୁଣ ପୁଟା, ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଧୋବାପନ୍ଦର, ଲିଙ୍ଗରାଜ ପାତ୍ର,ଚଉବନ ପାତ୍ର, ସତ୍ୟ ନାରାୟଣ ପାତ୍ର ,ନାରାକାର ପାତ୍ର, ଡମ୍ବରୁଧର ପାତ୍ର ପ୍ରମୁଖ ଯୋଗଦେଇ ଥିଲେ।