କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଭାରତୀୟ ଜନତା ପାର୍ଟିର ତରଫରୁ ସେପ୍ଟେମ୍ବର ୧୭ ତାରିଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସେବା ପକ୍ଷ ର ପଞ୍ଚମ ଦିନରେ କେସିଙ୍ଗା ସଭାପତି ପିଙ୍କୁ ପରିଡା ଙ୍କ ନେତୃତ୍ୱରେ କେସିଙ୍ଗା ଏନ୍ ଏ ସି ୱାର୍ଡ ନମ୍ବର ତିନି ଓ ଚାରି ରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇ ରାସ୍ତା ଘାଟ ସଫା କରାଯାଇ ଥିଲା। ସଫେଇ ସମୟରେ ହାତରେ ଗ୍ଲୋବ ଓ ମୁହଁ ରେ ମାସ୍କ ପିନ୍ଧି ସମସ୍ତେ ସଫେଇ ଅଭିଯାନ କରିଥିଲେ। ଏହି ସଫେଇ କାର୍ଯ୍ୟ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନମିତା ରାଣୀ ସାହୁ, ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ସମ୍ପାଦକ ଯୁଗଳ କିଶୋର ଦୀପ, ଉପସଭାପତି ପ୍ରୀତେଶ ପଟେଲ, ୱାର୍ଡ ନମ୍ବର ୪ ର କାଉନସିଲର ଧରଣୀ ଧର ନାୟକ, କମଳାକାନ୍ତ ସାହୁ, ଯାଜ୍ଞସେନୀ ସାହୁ, ଲକ୍ଷ୍ମୀ ହର୍ଣ୍ଣ , ଜୟନ୍ତୀ ଗହୀର, ମଞ୍ଜୁଳା ନାୟକ ଓ ମେଘନାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।