ପୋଖରୀ ଭିତରୁ ମାର୍ବଲ ଶ୍ରମିକର ଗଳିତ ଶବ ଉଦ୍ଧାର ; ତଦନ୍ତ ଜାରି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ର ଠେମରା ଠାରେ ଥିବା ଅମ୍ବାଜି ରକ ଏଣ୍ଡ ମିନେରାଲସ ନାମକ ଗ୍ରାନାଇଟ ଫ୍ୟାକ୍ଟ୍ରି ଠାରେ ନୟାଗଡ ଜିଲ୍ଲା ର ଦୁଖାପାଲି ଗ୍ରାମ ର ସୁଦର୍ଶନ ସାହୁ (୪୭) ବିଗତ ଦୁଇ ବର୍ଷ ହେବ କାମ କରୁଥିଲେ ହେଲେ ଗତ ରବିବାର ଦିନ ସୁଦର୍ଶନ ଗ୍ରାନାଇଟ ଫ୍ୟାକ୍ଟ୍ରି କୁ ଲାଗି ରହିଥିବା ବାଳିକଟା ପୋଖରୀ କୁ ଗାଧୋଇ ଯାଇ ଆଉ ଫେରି ନାହାନ୍ତି।ବନ୍ଧ ପୀଠରେ ତାଙ୍କ ପେଣ୍ଟ ସାଟ୍ ପଡ଼ି ରହିଥିବା ଥିବା ଦେଖିବାକୁ ମିଳିଥିବା ବେଳେ କେସିଙ୍ଗା ରୁ ଦମକଳ ବାହିନୀ ଓ ଉତ୍କେଲା ଫାଣ୍ଡି ଅଧିକାରୀ ଆସି ପୋଖରୀ ଭିତରେ ଖୋଜା ଖୋଜି କରିଥିଲେ ହେଲେ ରବିବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସୁଦର୍ଶନ ଙ୍କ କିଛି ପତ୍ତା ମିଳିନଥିଲା ପୁଣି ଥରେ ସୋମବାର ସକାଳୁ ପୁଣି ବାଳିକଟା ପୋଖରୀ ରେ ଦମକଳ ବାହିନୀ ଆସି ଖୋଜୁଛନ୍ତି ହେଲେ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ କିଛି ସନ୍ଧାନ ପାଇନଥିଲେ। ପୁଣି ମଙ୍ଗଳବାର ସକାଳୁ କେସିଙ୍ଗା ଦମକଳ ବାହୀନି ଓ ପୋଲିସ ସହାୟତାରେ ଅପରେଶନ ସନ୍ଧାନ ଆରମ୍ଭ ହୋଇଥିଲା ଶେଷରେ ମଙ୍ଗଳବାର ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଦମକଳ ବାହିନୀ ବନ୍ଧ ମଝିରୁ ସୁଦର୍ଶନ ଙ୍କ ଗଲିତ ମୃତଦେହ ଠାବ କରି ଥିଲେ।ଶବ ପାଣି ରେ ଦୁଇ ରାତି ତିନି ଦିନ ରହିବା ଯୋଗୁଁ ବେଙ୍ଗ ପରି ଫୁଲି ଯାଇଥିବା ବେଳେ କେସିଙ୍ଗା ମେଡିକାଲ ରେ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।ଅନ୍ୟ ପଟେ ପୋଲିସ ଏହା ହତ୍ୟା ନା ଆତ୍ମହତ୍ୟା ନା ଆଉକଣ ସବୁ ଏଙ୍ଗଲ କୁ ନେଇ ତଦନ୍ତ ଆରମ୍ଭ କରିଛି।