ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସରକାରଙ୍କ ନିର୍ଦେଶ ପ୍ରକାରେ ଦେଶ ସାରା ଚାଲିଥିବା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର ଉଧଘାଟନ କରିଥିଲେ। ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ବିଭିନ୍ନ ପ୍ରକାର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଏହି ସମୟରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା ସୁମନ୍ତ ରାଉଳ, ନାସା ଓ ଗୋଳା ବିଶେଷଜ୍ଞ ଡା ସୂଦୀପ୍ତା ରାଉତ, ଚକ୍ଷୁ ବିଶେଷଜ୍ଞ ଡା ରାଜେଶ ପଣ୍ଡା ପ୍ରମୁଖଙ୍କ ସହ ତେନ୍ତୁଳୀଖୁଣ୍ଟି ଡାକ୍ତର ଡା ସମଲେଇ ପ୍ରସାଦ ପଣ୍ଡା, ଅଧିକ୍ଷକ, ଡା ବ୍ରହ୍ମାନନ୍ଦ ଦଶ, ଡା କିଶୋର ଦଶ, ଏମଡି ହୁସେନ, ଡା ପ୍ରବୀନ କର, ଆୟୁଷ ଡା ସନ୍ଧ୍ୟାରାଣୀ ସାହୁ, ଅମରେଶ ମହାନ୍ତି, ଡା ଏସଏମଏସ ବାଘ, ଡା ରଶ୍ମିତା ସେଠି ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା ଓ ସେବା ଯୋଗାଇଥିଲେ, ପରିଦର୍ଶନ ପାଇଁ ଜିଲ୍ଲା ପାଳ ଡା ଉମେଶ ସ୍ୱାଇଙ୍କ ସହ ଗୋଷ୍ଟୀଉନ୍ନୟନ ଅଧିକାରୀ ମୋନଜ କୁମାର ପାଣିଗ୍ରାହୀ ଯାଇ ଶିବିରକୁ ପରିଦର୍ଶନ କରି ସନ୍ତୁଷ୍ଟ ପ୍ରକାର କରିଥିଲେ। ବିଭିନ୍ନ ରୋଗଜୋକ୍ଷ୍ମା, ସ୍ୱାସ୍ଥ୍ୟ କର୍ମୀଙ୍କ ହେପି ବି ଟିକକରଣ, ପମଜା୍ୟ ଏଭିଭିରେ କାର୍ଡ ବଣ୍ଟନ କରାଯାଇଥିଲା ସମସ୍ତ କାର୍ଯ୍ୟର ତଦାରଖ ଡା ରାଣୀ ବାବୁ କରିଥିଲେ। ଏଠାରେ ରକ୍ତଦାନ ଶିବିରରେ ୨୭ୟୁନିଟି ରକ୍ତ ସଂଘ୍ରହ କରାଯାଇଥିଲା ନବରଙ୍ଗପୁର ଡି ହେଚ ହେଚ ରକ୍ତଭଣ୍ଡାରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ତେନ୍ତୁଳୀଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଆଶା, ଅଙ୍ଗନବାଡି କର୍ମୀ ସହଯୋଗ କରି ଏହି ଶିବିରକୁ ସଫଳ କରିଥିଲେ।