ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପଜିବାହାଳି ରୁ ମୋହନଗିରି ମୁଖ୍ୟ ରାସ୍ତା ମାଣିକେରା ପଞ୍ଚାୟତର ପିପାଳପଡ଼ା, ବାଞ୍ଜାମୁଣ୍ଡା, ମାଣିକେରା ଠାରେ ଲୁହା ଝୁଲା ପୋଲ ବହୁ ବର୍ଷ ହେଲା ନିର୍ମାଣ ହୋଇଛି ହେଲେ ମରାମତି ହୋଇନି । ମାଣିକେରା ଗାଁ ପାଖରେ ଥିବା ଲୁହା ପୋଲ କିଛି ଦିନ ତଳେ ଗୋଟିଏ ଲୁହା ପ୍ଲେଟ ଉଫୁଡ଼ି ପଡି ଅଳ୍ପକେ ଲକ୍ଷ୍ମୀ ବସ ଦୁର୍ଘଟଣାରୁ ବଞ୍ଚିଯାଇଥିଲା। ଉଫୁଡ଼ି ଥିବା ପ୍ଲେଟ କୁ ଲୋକେ ସଜାଡି ସେମିତି ଭଗ୍ନ ଅବସ୍ଥାରେ ପକାଇ ଯାତାୟାତ କରୁଥିଲେ । ଅଜି ମଙ୍ଗଳବାର ପୁଣି ସକାଳୁ ସକାଳୁ ଯାନବାହାନ ଯାତୟତ ସମୟରେ ଦୁଇଟି ଲୁହା ପ୍ଲେଟ ଉଫୁଡ଼ି ଯାଇଛି ଯାହା ଫଳରେ ମୋହନଗିରି ରୁ ମ. ରାମପୁର କୁ ଯାତୟତ ଠପ ହୋଇଯାଇଥିଲା । ଯାହା ଫଳରେ ଶହ ଶହ ଯାନବାହନ ଅଟକି ରହିଥିଲା । ଏହି ରାସ୍ତାଟି କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଅଛି । ସବୁଦିନ ହଜାର ହଜାର ଯାତ୍ରୀ ଭାରି ଯାନବାହାନ ଯିବାଆସିବା କରିଥାନ୍ତି । ହେଲେ ବିଡମ୍ବନା ରେ ବିଷୟ ବାରମ୍ବାର ଖବର ଗଣମାଧ୍ୟମରେ ପ୍ରସାରଣ କଲେ ମଧ୍ୟ ସରକାରୀ ସ୍ତରରେ ନା ନିର୍ବାଚିତ ପ୍ରତିନିଧିଙ୍କ ଚେତା ପଶୁନି । ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନକୁ ବୋଧେ ଏକ ବଡ଼ ଦୁର୍ଘଟଣା ହେଲେ ମରାମତି କାର୍ଯ୍ୟ କରିବେ । ଆଗାମୀ ଦିନରେ ଏହାର ମରାମତି ଯଦି ନହୁଏ ତେବେ ଅଞ୍ଚଳ ର ଯୁବ ଗୋଷ୍ଠୀ ଚେତାବନୀ ଦେଇଛନ୍ତି । ତେଣୁ ସମସ୍ତ ଲୁହା ଝୁଲା ପୋଲର ତୁରନ୍ତ ମରାମତି କରିବା ପାଇଁ ପ୍ରଶାସନକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି ଯତି ପୋଲ ମରାମତି ନ କରନ୍ତି ବିରାଟ ବଡ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।