କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଲଡୁଗାଁ ହାୟର ସେକେଣ୍ଡରୀ ସ୍କୁଲରେ ମଙ୍ଗଳବାର ତାଳୁକ ଆଇନ ସେବା କମିଟି ପକ୍ଷରୁ ପୋକ୍ସୋ ଆଇନ ତଥା ପୀଡିତା ସହାୟତା ବିଷୟରେ ଏକ ଆଇନ ସଚେତନତା ସଭା ଆୟୋଜିତ ହୋଇଛି। କଲେଜ ଅଧ୍ୟକ୍ଷ ଡ଼ ନିହାରକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନ ସଭାରେ ତାଳୁକ ଆଇନ ସେବା କମିଟି ନ୍ୟାୟାଧିକ୍ଷ ଲିପସା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବାର ଆସୋସିଏସନର ସଭାପତି ମନୋଜ କୁମାର ନାଏକ ମୁଖ୍ୟବକ୍ତା, ଆଇନଜୀବୀ ଲଷ୍ମୀ ଖମାରୀ, ପ୍ରଧ୍ୟାପକ ପ୍ରେମାନନ୍ଦ ସାହା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନେ ପୋକ୍ସୋ ଆଇନ ର ଦିଗ ସହାୟତା ତଥା ସମସ୍ତେ ଏହା ଉପରେ ସଚେତନ ରହି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି କ୍ରମରେ ନ୍ୟାୟାଧିକ୍ଷ ଲିପସା ରାଉତଙ୍କୁ କଲେଜ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପ୍ରଶାନ୍ତ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶଙ୍କର ଶତନାମୀ, ବୀରେନ୍ଦ୍ର ନାରାୟଣ ଦାସ, କେଶବ ଚନ୍ଦ୍ର ରାଉତ, ଥବୀର ଶବର, ବେଣୁଧର ନେଗୀ, ଅଙ୍କିତା ଖୁରା, ଭାରତ ଭୂଷଣ ଠାକୁର ସମେତ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


