ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

ମ,ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସଭାଗୃହ ରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଡିସିନାଲ ଇଓ (ଏଡମିନ) ଜିଲ୍ଲା ପରିଷଦ କଲାହାଣ୍ଡି ଦୁର୍ଯୋଧନ ଭୋଇ ଶସାଙ୍ଗ ଶେଖର ଭୋଇ,, ମ, ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠ, ସହକାରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ ଯୋଗଦେଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ୨୦୨୫-୨୬ ଆର୍ଥିକ ବର୍ଷ ୧ ଅକ୍ଟୋବର ୨୦୨୪ ରୁ ମାର୍ଚ୍ଚ ୩୧ ୨୦୨୫ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଏପ୍ରିଲ ୧ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ମଧ୍ୟରେ ସମ୍ପାଦିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ସାମାଜିକ ସମିକ୍ଷା ଉପରେ ଆଜି ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ଉକ୍ତ ଯୋଜନା ଉପରେ ଆଲୋଚନା କରାଯାଇ ଥିଲା। ଉକ୍ତ ଜନଶୁଣାଣୀ ଶିବିର ରେ ମ, ରାମପୁର ସରପଞ୍ଚ ଶ୍ରୀ ମତୀ ବିଣାପାଣି ସାହୁ,ବମକ ପଞ୍ଚାୟତ ସରପଞ୍ଚ ତଥା ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ,୧୯ ଗୋଟି ପଞ୍ଚାୟତ ର ସରପଞ୍ଚ , ସମସ୍ତ କନିଷ୍ଠ ଯନ୍ତ୍ରୀ,ଯୋଗ ଦେଇ ଥିବା ବେଳେ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବନବିଭାଗ,ଓ୍ବାଟରସେଟ ବିଭାଗ ଅଧିକାରୀ,ଏଡିଓ ,ଜି,ଆର,ଏସ,ଯୋଗାଣ ସହାୟକ ଯୋଗଦେଇଥିବା ବେଳେ ମ, ରାମପୁର ବ୍ଲକ ର ଏପିଓ ଶ୍ରୀ ମତୀ ଅଭିଲାଷା ସିଂହଦେଓ ସଂଯୋଜନା କରିଥିଲେ।