ଏନଏସି ପକ୍ଷରୁ ସାମୁହିକ ସଫେଇ କାର୍ଯ୍ୟକ୍ରମ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ମଙ୍ଗଳବାର ଦିନ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଡେଲି ମାର୍କେଟ ପର୍ଯ୍ୟନ୍ତ ଏନ୍ ଏଚ ୨୬ ର ଦୁଇ କଡ଼ରେ ଥିବା ଅଳିଆ ଆବର୍ଜ୍ଜନା ଓ ମାଇଲା ସଫା କରାଯାଇ ସ୍ବଚ୍ଛତା ର ବାର୍ତ୍ତା ଦିଆଯାଇଥିଲା।ସମସ୍ତ ଦଳର ଦଳୀୟ କର୍ମୀ କେସିଙ୍ଗା ଏନ୍ ଏ ସି ର ସମସ୍ତ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସିଲୁ ପରିଡ଼ା, ପିଙ୍କୁ ପରିଡ଼ା, ସନ୍ତୋଷ ଦାସ, ଦୀପକ କୁମାର, ନାରାୟଣ ମହାରଣା , ଶ୍ରୀନିବାସ ସ୍ରିନୁ, ରମାକାନ୍ତ ଜେନା ଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର ଓ ସ୍ୱଚ୍ଛ ସାଥୀ ,ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।