ବିଜେପିର ସେବାପକ୍ଷ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ଅନ୍ତର୍ଗତ କଲମପୁର ବ୍ଲକ ବିଜମରା ମଣ୍ଡଳ ର ବୁଥ ନଂ ୨୪୨ ଭାଲୁବୁଟ୍ରା ଗ୍ରାମର ଶ୍ରୀରାମ ମନ୍ଦିର ପରିସର ଏବଂ ଓବୁଥନ ୨୪୩ ବୁଥ ନଂ କୋଟାଗାଁର ବଜାର ପଡିଆ ଠାରେ ବୁଧବାର ଦିନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜୋନର ସ୍ୱଚ୍ଛ ଭାରତ କୋଡିନେଟର ନରେନ୍ଦ୍ର ସାହୁ ଓ ଜନ୍ମେଜୟ ପତିଙ୍କ ତତ୍ତ୍ଵାବଧାନରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଜୟ ମାଁ ମଙ୍ଗଳା ସ୍ଵୟଂ ସହାୟିକା ଗୋଷ୍ଠୀ ସମେତ ଅନେକ ସ୍ବେଛାସେବୀ ସଂଗଠନ ମଧ୍ୟ ଯୋଗ ଦେଇ ସ୍ୱଚ୍ଛ ଭାରତ ଅଭିଯାନରେ ବିଶେଷ ସହଯୋଗ କରିଥିଲେ। ବିଜମରା ମଣ୍ଡଳ ସଭାନେତ୍ରୀ ସରିତା ସରାପ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମିତା ବାବୁଙ୍କ ସମେତ ଲଳିତା ବେମାଲ ଓ ଅନେକ ମହିଳା କାର୍ଯ୍ୟକର୍ତ୍ତା ତଥା ବରିଷ୍ଠ କାର୍ଯ୍ୟ କର୍ତ୍ତା ମାଙ୍ଗେଲାଲ ବାଗ, କୁନ୍ତଳ ହଂସ, ଗଙ୍ଗାରାମ ଖର୍ସେଲ, ମନୋ ରଞ୍ଜନ ସାହୁ, କର୍ଣ୍ଣ କାଣ୍ଡ, ଜନ୍ମେଜୟ ସାହୁ, ଭଗବାନ ମାଝୀ,କୁମୁଦ ପଟେଲଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ୍ ହୋଇ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦାନ କରିଥିଲେ।