କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳନ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ବାରିକ ଯୋଗଦେଇ ସ୍ବେଛାସେବୀ ମାନଙ୍କୁ ସମାଜ ସେବା ପ୍ରତି ଅଭିପ୍ରେରିତ କରିବା ସହିତ ରାଷ୍ଟ୍ରଗଠନ ରେ ଯୁବ ଗୋଷ୍ଠୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ସେହିପରି ସମ୍ମାନିତ ଅତିଥି ଭାବରେ ଅଧ୍ୟାପିକା ଗୀତାଞ୍ଜଳି ଦୋରା,ଅଧ୍ୟାପକ ରାଇମୋହନ ମାଝୀ, ହେମନ୍ତ କୁମାର ମାଝୀ, ବୈଲୋଚନ ନାଏକ, ନୀଳମାଧବ ଶୀଖା, ସୁନିଲ ବାଗ ଓ ଅନିତା କୁମାରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏନଏନଏସ ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ମଣି ରଣା ସଭା ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟାପକ ରାଇମୋହନ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ।