ଓ୍ବାଲଡ ଫାର୍ମାସିଷ୍ଟ ଡେ ପାଳିତ

ମ,ରାମପୁର/କ୍ରାନ୍ତି କ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ରେ ଆଜି ଦିନ ୪ ଟା ସମୟରେ ଓ୍ବାଲଡ ଫାର୍ମାସିଷ୍ଟ ଡେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ଃ ଶୈଲତା ନନ୍ଦ ମିଶ୍ର, ସମ୍ମାନିତ ଅତିଥି ଭାବେ ଡ଼ଃ ଅଭିଷେକ ନରେନ୍ଦ୍ର, ଡଃ ଅଙ୍କିତ କୁମାର ଗିରି, ଡଃ ଶ୍ରୀ ନିବାସ ସାମଳ, ଡଃ ସମ୍ବିତ କୁମାର ନାଏକ, ଡଃ ଦୀପକ୍ କୁମାର ନାୟକ। ଫାର୍ମାସିଷ୍ଟ ଗୋପାଳ ଚନ୍ଦ୍ର ଭୋଇ ସଂଯୋଜନା କରିଥିବା ବେଳେ ଫାର୍ମାସିଷ୍ଟ ଅବସରପ୍ରାପ୍ତ ସନ୍ତୋଷ କୁମାର ମିଶ୍ର, ଫାର୍ମାସିଷ୍ଟ ହେମନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ପ୍ରସାନ୍ତ କୁମାର ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ଯୋଗ ଦେବା ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ତ ଆରଵିଏସକେ,ଓ, ଏମ,ଏଚ,ୟୁ, ଫାର୍ମାସିଷ୍ଟ ୧୦୮ ର ଫାର୍ମାସିଷ୍ଟ, ,୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସମେତ ସମସ୍ତ ଉପ ସ୍ବାସ୍ଥ୍ୟ ଫାର୍ମାସିଷ୍ଟ ଯୋଗ ଦେଇ ଓ୍ବାଲଡ ଫାର୍ମାସିଷ୍ଟ ଡେ ପାଳନ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ କେକ କଟାଯାଇ ପରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଅତିଥି ମାନେ ଫାର୍ମାସିଷ୍ଟ ମାନେ କିପରି ନିଜ ଦାୟିତ୍ୱ ତୁଲାଉଛନ୍ତି ସେଉପରେ ପ୍ରଶଂସା କରିଥିଲେ।