ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ପି ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିସର ଶ୍ରୀ ଅନ୍ନ ଅଭିଯାନ, ବ୍ଲକ୍ କୃଷି ବିଭାଗ ଓ ମିଶନ ଶକ୍ତି ତରଫରୁ ମିଲେଟ୍ସ ର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିନିତା ଜେଠି ଯୋଗଦେଇ ପ୍ରଥମେ ମା ସରସ୍ଵତୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସଭାକୁ ଆରମ୍ଭ କରିଥିଲେ । ଏହି କର୍ମଶାଳାକୁ ଶ୍ରୀଅନ୍ନ ଅଭିଯାନର ବ୍ଲକ୍ ସଂଯୋଜୋକ ନିଶାନ୍ତ କୁମାର ବିଷୋୟୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିରୁ ସଞ୍ଜୀବ କୁମାର ବେହେରା, ଜବାହର ନବୋଦୟ ବିଦ୍ୟାଳୟର ପ୍ରିନ୍ସିପାଲ, ବ୍ଲକ୍ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପୂର୍ଣ୍ଣଚନ୍ଦ୍ର ଗୌଡ଼ ଓ ନବଗାମୀ କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ଵିନୀ ନାୟକ ପ୍ରମୁଖ ଭାବରେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ବିଦ୍ୟାଳୟର ୫ସହ ଛାତ୍ରଛାତ୍ରୀ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। ମିଲେଟ୍ସ୍ କୁ କିପରି ନିଜର ଦୈନନ୍ଦିନ ଜୀବନରେ ଖାଇ ପାରିବା, ମାଣ୍ଡିଆ ଜନିତ ଖାଦ୍ୟ, ଏହାର ଉପକାରିତା, ମାଣ୍ଡିଆ ଚାଷ ଆଦି ଉପରେ ସମସ୍ତଙ୍କୁ ଅବଗତ କରିଥିଲେ। ମିଲେଟ୍ସ ଉପରେ ଥିବା ଫଟୋ, ଭିଡିଓ ମଧ୍ୟ ସମସ୍ତଙ୍କ ଆଗରେ ଉପସ୍ଥାପନା କରିଥିଲେ। ପରବର୍ତ୍ତୀ ସମୟର ଓଡ଼ିଶା ସରକାରଙ୍କ ଯେଉଁ ଶ୍ରୀଅନ୍ନ ଅଭିଯାନ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଛି ତାହା ବିଷୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ମନକୁ ଜଣାଇଥିଲେ ବ୍ଲକ୍ ସଂଯୋଜକ ନିଶାନ୍ତ ବିଷୋୟୀ। ଶେଷରେ ବିଦ୍ୟାଳୟ ପ୍ରିନ୍ସିପଲ୍ ଆସିଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଜଣାଇ କର୍ମଶାଳାକୁ ସମାପ୍ତ କରିଥିଲେ। ଅଗ୍ରଗାମୀ ତରଫରୁ ଜୟ ପାତ୍ର, ଜଗନ୍ନାଥ ଦିଶାରି, ନିରୋଦ ପଣ୍ଡା ଆଦି ଯୋଗ ଦେଇଥିଲେ।


