୭୦ ବର୍ଷରେ କେସିଙ୍ଗା ସାର୍ବଜନୀନ ଦୁର୍ଗାପୂଜା

  • ରବିବାର କେସିଙ୍ଗାର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ାଡଙ୍ଗରଙ୍କ ବାର୍ଷିକ ଦଶହରା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ରେ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ପୂରଣ କରିଛି ତାର ୭୦ ତମ ଦୁର୍ଗାପୂଜା।ଜିଲ୍ଲାର ପୁରାତନ ଦୁର୍ଗାପୂଜା ମଧ୍ୟରୁ ଗୋଟିଏ।ସୋମବାର ଠାରୁ ଏଠାରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଛି।ଆକର୍ଷଣୀୟ ଏଲ ଇ ଡି ତୋରଣ ସହିତ ଅତି ସୁନ୍ଦର ଆଲୋକ ସାଜସଜ୍ଜା ଶ୍ରଦ୍ଧାଳୁ ଙ୍କୁ ବେଶ ପସନ୍ଦ ଆସୁଛି।କେସିଙ୍ଗା ରେ ସାର୍ବଜନୀନ ଦୁର୍ଗାପୂଜା ସମେତ ସ୍ଥାନୀୟ ମାଁ ଅମ୍ୱେ ମନ୍ଦିରରେ, ଗୌରୀଶଙ୍କର ମନ୍ଦିରରେ ମଧ୍ୟ ଧୁମ୍ ଧାମରେ ନବରାତ୍ରୀ ପାଳନ ହେଉଥିବା ବେଳେ ସ୍ଥାନୀୟ ବୋରିଙ୍ଗପଦର ରେ ମଧ୍ୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ।ସାର୍ବଜନୀନ ଦୁର୍ଗାପୂଜାରେ ପ୍ରତିବର୍ଷ ଚିତ୍ତାକର୍ଷକ ରାବଣପୋଡ଼ି ଆୟୋଜନ କରାଯାଇ ଥାଏ।ଚଳିତ ବର୍ଷ ମଧ୍ୟ ଦଶମୀ ଦିନ ରାବଣ ପୋଡ଼ି ର ଭବ୍ୟ ଆୟୋଜନ କରାଯାଇଛି।ନବ ରାତ୍ରି ପାଇଁ ପ୍ରତ୍ୟେକ ଦିନ ଗୌରୀ ଶଙ୍କର ମନ୍ଦିର ଓ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଦିନ ବେଳା ଭୋଗ ର ବ୍ୟବସ୍ଥା କରାଯାଇଥିବା ବେଳେ ରାତ୍ରି ସମୟ ରେ ସ୍ଥାନୀୟ ମାଁ ଅମ୍ୱେ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଭୋଗ ର ବ୍ୟବସ୍ଥା କରାଯାଇଛି ଯାହାର ମୂଲ୍ୟ ୬୦ ଟଙ୍କା ରଖାଯାଇଛି।ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଭାବରେ ଦାଇତ୍ୱ ନେଇଛନ୍ତି ବରିଷ୍ଠ ରାମ କୁମାର ଜୈନ,ସମ୍ପାଦକ ଭାବରେ ଉମେଶ କୁମାର ନାଏକ ଦାଇତ୍ୱ ନେଇଥିବା ବେଳେ ଅନିଲ ଜୈନ, ବିଘ୍ନରାଜ ଦୀପ, ରିଷବ ଜୈନ,ଗଦାଧର ସିଂଦେଓ, ବଳରାମ ସୁନା, ରାମଜୀ ମାତଖଣ୍ଡିଆ, ମନୋଜ ଗୁପ୍ତା ରଘୁରାଜ ସିଂ ଓ ବିଜୟ ପାଢ଼ୀ ପ୍ରମୁଖ ଅନ୍ୟାନ୍ୟ ପ୍ରମୁଖ ଦାଇତ୍ୱରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି।ସେହିପରି କେସିଙ୍ଗା ର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ାଡଙ୍ଗର ଙ୍କ ବାର୍ଷିକ ଦଶହରା ରବିବାର ଦିନ ଅନୁଷ୍ଠିତ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ଘୋଷଣା କରାଯାଇଛି।