କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗତ କିଛି ଦିନ ହେଲା ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ କୋକସରା ବ୍ଳକ ରେଙ୍ଗାଳପାଲି ପଞ୍ଚାୟତ ଡ଼ଙ୍ଗରୀଗୁଡା ଗ୍ରାମର ଦିବାକର ବାଗଙ୍କ ଘର ଭାଙ୍ଗି ଯାଇଛି। ତେବେ ଘର ଭୁଶୁଡ଼ି ଯିବାରୁ ଅଳ୍ପକେ ତାଙ୍କ ପରିବାର ବର୍ତ୍ତି ଯାଇଛନ୍ତି। ଗୁରୁବାର ବିଳମ୍ବିତ ରାତ୍ରିରେ ଅନେକ ଦିନରୁ ଦୁର୍ବଳ ଅବସ୍ଥାରେ ଥିବା ଦିବାକରଙ୍କ ଚାଲ, ଛପର ମାଟି ଘର ଭାଙ୍ଗି ଭୁଶୁଛି ଯାଇଛି। ତେବେ ଘର ଭୁଶୁଡ଼ି ପଡ଼ିବା ପରେ ଏହି ଗରିବ ପରିବାର ଚିନ୍ତାରେ ପଡିଯାଇଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ତାଙ୍କ ଦାବୀ କରିଛନ୍ତି। ଏନେଇ କୁସୁମଖୁଣ୍ଟି ରାଜସ୍ବ ନିରୀକ୍ଷକ ରାକେଶ ହୋତାଙ୍କୁ ପଚାରିବାରୁ ପଲିଥିନ ଯୋଗାଇ ଦେବା ସହ ଯାହା ସରକାରୀ ସୁବିଧା ଅଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।