ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ଉତ୍କଳ ଆଲୁମିନା ପକ୍ଷରୁ ମହାପ୍ରୟାଣ ଗାଡି ଯୋଗାଇ ଦିଆଯାଇଛି। ଉତ୍କଳ ଆଲୁମିନା କମ୍ପାନୀର ସି.ଏସ୍.ଆର୍ ହେଡ୍ ମନୋଜ ଦାଶଙ୍କ ଦ୍ବାରା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରାଧିକାରୀ ଡାକ୍ତର ପ୍ରଦ୍ୟୁମ୍ନ କୁମାର ପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଛି।ଏହି କାର୍ଯ୍ୟକ୍ରମ ବେଳେ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରୋଜ କୁମାର ଭତ୍ରା, ଫାର୍ମାସିଷ୍ଟ ସୁଧାଂଶୁ ଶେଖର ପଣ୍ଡା, ବିପିଏମ ଦୀପକ କୁମାର ମାଝି , ଥୁଆମୂଳ ରାମପୁର ଥାନା ସବ୍ ଇନ୍ସପେକ୍ଟର ପ୍ରହଲ୍ଲାଦ ପାଣିଗ୍ରାହୀ, ସବ୍ ଇନ୍ସପେକ୍ଟର ଭାସ୍କର ଖୋସ୍ଲା, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଏଲ୍ତ୍କ ଟି ସରୋଜ ମୁଣ୍ଡ ଏବଂ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ସିକ୍ୟୁରିଟି ହେଡ୍ ଦେବଜୋତି ମହାପାତ୍ର, ,ସି.ଏସ୍.ଆର୍ ବିଭାଗ ବିନୋଦ ପୂଝାରୀ,ସଂଞିବ କୁମାର, ବିଜୟ ବିଶି,ମିଡ଼ିଆ ସଂଯୋଜକ ଅମଜଦ୍ ଅଲୀ ପ୍ରମୁଖ ଉପସ୍ଥିତ ଥିଲେ ।ଏଠାରେ ସୂଚନା ଯୋଗ୍ୟ ଯେ, ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ବ୍ଲକ ଅଟେ । ଏହି ବ୍ଲକରେ ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମୋବାଇଲ ନେଟୱାର୍କ ସବୁ ଫେଲ ମାରିଛି । ଏ ଅଞ୍ଚଳରେ କେଉଁଠି ଦୁର୍ଘଟଣା ହୋଇକି ମୃତ୍ୟୁ ହେଲେ ଶବ ଆଣିବା କିମ୍ବା ଡାକ୍ତରଖାନାରୁ ଶବ ନେବାକୁ ହେଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା। ଯେଉଁଥିପାଇଁ ମୃତକ ପରିବାର ଜନଙ୍କୁ ଭୋଗିବାକୁ ପଡୁଥିଲା ଅସହ୍ୟ ଯନ୍ତ୍ରଣା।ଥୁଆମୂଳ ରାମପୁର ଏକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବ୍ଲକ ବୋଲି ଏ ଅଞ୍ଚଳର ସରଳ ନିଷ୍କପଟ ଆଦିବାସୀ ମାନଙ୍କୁ ରାଜନେତା, ପ୍ରଶାସନ ଓ ରାଜ୍ୟ ସରକାର ଠକିବାରେ ଲାଗିଛନ୍ତି । ଏହି ଥୁଆମୂଳ ରାମପୁର ବ୍ଲକର ଦାନ ମାଝୀ ମହାପ୍ରୟାଣ ଗାଡି ନ ଥିବାରୁ ନିଜ ସ୍ତ୍ରୀର ଶବକୁ ବୋହିବା ଦିନ ଠାରୁ ଥୁଆମୂଳ ରାମପୁର ବ୍ଲକକୁ ଏକ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବୀ ହୋଇ ଆସୁଥିଲା । ଏହି ମହାପ୍ରୟାଣ ଗାଡି ପାଇଁ ରାଜନେତା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅନେକ ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ଆଜି ମହାପ୍ରୟାଣ ଗାଡି ଡାକ୍ତରଖାନାକୁ ମିଳିବା ପରେ ଅଞ୍ଚଳବାସୀଙ୍କ ଏହି ସମସ୍ୟା ଦୂର ହେବ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି । ବିଳମ୍ବରେ ହେଲେ ମଧ୍ୟ ଉତ୍କଳ ଆଲୁମିନା କମ୍ପନୀର ଏହି ଶ୍ରେୟକୁ ସାଧାରଣରେ ସ୍ବାଗତ କରାଯାଉଛି।