ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ସ୍ଥିତ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷ ରୁ କମ ବାଳକ ଓ ବାଳିକା ବିଭାଗର ଖୋ – ଖୋ କବାଡି ଏବଂ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଉଛି । ମ. ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ମୋହନ ଗୋଡତ୍ୟା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ଭାବେ ମ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟସେନ୍ ନିଆଲ୍, ବରିଷ୍ଟ ଶିକ୍ଷକ ସମ୍ଭୁ ଭୂଷଣ ସାହୁ, ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଆଚାରି ଯୋଗଦେଇ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଟ ଶିକ୍ଷକ ଶେଷ ଦେବ ସାହୁ କ୍ରୀଡା ସମ୍ପାଦକ ଭେରିକଣ୍ଟ ଧନ୍ୟବାଦ୍ ଅର୍ପଣ କରିଥିଲେ। ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠ ର ଖେଳ ଶିକ୍ଷକ ନୀତେଶ କୁମାର ମିଶ୍ର ଓ ବ୍ଲକ୍ ର ସମସ୍ତ ଖେଳ ଶିକ୍ଷକ ମାନେ ଖେଳ ପରିଚାଳନା ଅତି ସୁରୁଖୁରୁ ରେ କରିଥିଲେ। ମ ରାମପୁର ବ୍ଲକ ର ୪ ଟି ଜୋନ ମ ରାମପୁର ଜୋନ, ମଦନପୁର ଜୋନ, ସାଇଦଳଙ୍ଗା ଜୋନ, ମୋହନ ଗିରି ଜୋନ ଅଂଶ ଗ୍ରହଣ କରିଥିଲେ।ସୂଚନାନୁସାରେ ଏହି ପ୍ରତିଯୋଗିତାରୁ ଚୟନ ହୋଇ ଖେଳାଳି ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ। ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।