ମ.ପୁର ରାମପୁର ବ୍ଲକରେ ବାଲ୍ୟ ବିବାହ ମୁକ୍ତ କର୍ମଶାଳା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲ୍ଲା ର ମଦନପୁର ରାମପୁର ବ୍ଲକ ର ରାମପୁର ଶିବ ମନ୍ଦିର ଠାରେ ଶକ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫ ରୁ ବାଲ୍ୟ ବିବାହ ମୁକ୍ତ ଭାରତ ସମ୍ପର୍କ ରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ସୁଜିତ୍ ବାବୁ ଙ୍କ ନେତୃତ୍ୱ ରେ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ, ସ୍ଥାନୀୟ ଶିବ ମନ୍ଦିର ର ପୂଜକ ଶ୍ରୀଯୁକ୍ତ ପିତାମ୍ବର ତ୍ରିପାଠୀ ଓ ତୁଜଙ୍ଗ ମା ତାରିଣୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅବସର ପ୍ରାପ୍ତ କୃଷି ଅଧିକାରୀ ଶ୍ରୀଯୁକ୍ତ ବୃନ୍ଦାବନ ନାଗ ମଞ୍ଚାଷୀନ ହୋଇ ବାଲ୍ୟ ବିବାହ କଣ , ତାର ନିରାକରଣ ଓ ଆଇନ ପ୍ରାବଧାନ ବିଷୟ ରେ ଆଲୋଚନା କରିଥିଲେ। ଭାରତ ସରକାର ତଥା ଆଇନ ବ୍ୟବସ୍ଥା ଓ ସଚେତନ ନାଗରିକ ର ଦାୟିତ୍ଵ ଓ ଭୂମିକା ଉପରେ ଆୟୋଜକ ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ଉପସ୍ଥାପନ କରିଥିଲେ ଓ ବାଲ୍ୟ ବିବାହ ନିରାକରଣ ପାଇଁ ଶପଥ ପାଠ କରେଇ ଥିଲେ। ଏହି କର୍ମଶାଳା ରେ ଅଞ୍ଚଳ ର ବିଭିନ୍ନ ମନ୍ଦିର ପୂଜକ, ମନ୍ଦିର ପରିଚାଳନା କମିଟି ସଦସ୍ୟ ୩୫ ରୁ ଉର୍ଦ୍ଧ ଯୋଗ ଦେଇ ଥିଲେ। ଶକ୍ତି ଅନୁଷ୍ଠାନ ର ବ୍ଲକ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସମସ୍ତେ ମନ୍ଦିର ରେ ଅନ୍ନ ପ୍ରସାଦ ସେବନ କରିବା ପାଇଁ ଅନୁରୋଧ କରିଥିଲେ।