ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ସ୍ଥାନିୟ ଦୁର୍ଗା ମଣ୍ଡପ ଠାରେ ୧୯ ୪୨ ମସିହାରେ ଆରମ୍ଭ ହୋଇଥିବା ୭୩ ବର୍ଷ ପୂର୍ତ୍ତି ଅବସରରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ସମାଜସେବୀ ବିକାଶ ରଞ୍ଜନ ସିଂହ ଦେଓ, ସମ୍ପାଦକ ସତ୍ୟ ନାରାୟଣ ସାହୁ, ପୂଜା ମୁଖ୍ୟ ତଥା ବ୍ରାହ୍ମଣ ସମାଜ ର ସମ୍ପାଦକ ପ୍ରସାନ୍ତ ସାମନ୍ତରାୟ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ପୂସ୍ତକ ଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ମିଶ୍ର, ମୁଖ୍ୟ ପୁଜକ ତ୍ରୀଲୋଚନ ଦାସ, ଚଣ୍ଡୀ ପାଠ ପଣ୍ଡିତ ନାରାୟଣ ମିଶ୍ର ଓ କର୍ତ୍ତା ଭାବେ ସତ୍ୟଜିତ ଚାଟାର୍ଜୀ ପୂଜା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସନିବାର କଳ୍ଳାରମ୍ଭ ଓ ବିଲ୍ବବୃକ୍ଷ ପୂଜା, ରବିବାର ବିଲ୍ବଅଧିବାସ, ଆଜି ସୋମବାର ସକାଳେ ବିଲ୍ବବୃକ୍ଷ ପୂଜା ଓ ବିଲ୍ବଫଳ ଚୟନ,କଳସ ଯାତ୍ରା, ନବପତ୍ରିକା ପ୍ରବେଶ, ମହାସପ୍ତମୀ, ମହାସ୍ନାନ ଚକ୍ଷୁଦାନ ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା, ଚଣ୍ଡି ପାଠ ହୋମ ଆରତୀ ପୁଷ୍ପାଞ୍ଜଳି କରାଯାଇଥିଲା। କଳସ ଯାତ୍ରା ରେ ତଳସାଗର ପଡ଼ା ମାଁ ଡୋକୋରୀ ଘଣ୍ଟ ଦଳ ରେ ମ, ରାମପୁର ସହର ଦୁଲୁକି ଉଠିଥିଲା। ଏଥିରେ ବ୍ରାହ୍ମଣ ସମାଜ ର ସଭାପତି ଶିବ ପ୍ରସାଦ ସତପଥି, ବିଭୂତି ଭୂଷଣ ପ୍ରହରାଜ, ଯୁଗଳ କିଶୋର ପ୍ରହରାଜ, ମଳୟ କୁମାର ତ୍ରିପାଠୀ,ଭଗଵତ ଘିଭେଲା, ଲଳିତ ମହାଲିଙ୍ଗ, ପ୍ରକାଶ ସାହୁ, ରାହୁଲ ପଟ୍ଟନାୟକ, ଭଗବାନ ଭୋଇ,ଜୟ ହାତୀ,ଶିବ ସାହୁ, ଲକ୍ଷ୍ମଣ ବାଗ, ଚିନ୍ତା ମଣି ବିଷି,ଅନାମ ବାଗ ଭିକାରୀ ବଗର୍ତ୍ତି, ନାଗେଶ୍ଵର ପୋଡ଼, ଟିକେଧର ବାଗ, ପ୍ରମୁଖ ସହଯୋଗ କରିଥିବା ବେଳେ ରାତ୍ରି କାର୍ଯ୍ୟକ୍ରମ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା କିର୍ତ୍ତନ ଅନୁଷ୍ଠିତ ହୋଇଯାଇଛି।