କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ସଦର ମହକୁମା ସ୍ଥିତ ଦୁର୍ଗା ମଣ୍ଡପଠାରେ ମାଁଙ୍କ ସାର୍ବଜନୀନ ଦୁର୍ଗାପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି। ଗତ ୨୮ ତାରିଖ ରବିବାର ଅପରାହ୍ନରେ ଗ୍ରାମର ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ହୋଇଥିଲା। ଜଳପୂର୍ଣ କଳସକୁ ମହିଲାମାନେ ପୂଜା ମଣ୍ଡପରେ ସ୍ଥାପିତ କରିଥିଲେ। ୨୯ ତାରିଖ ସୋମବାର ସକାଳ ସମୟରେ ମହାସପ୍ତମି ପୂଜା ଏବଂ ସନ୍ଧ୍ୟା ସମୟରେ ଆଳତି କରାଯାଉଥିଲା। ୩୦ ତାରିଖ ମଙ୍ଗଳବାର ସକାଳ ସମୟରେ ମହା ଅଷ୍ଟମୀପୂଜା। ୧ ତାରିଖ ବୁଧବାର ସକାଳ ସମୟରେ ମହାନବମୀ ପୂଜା ଓ ୨ ତାରିଖ ଗୁରୁବାର ସକାଳ ସମୟରେ ବିଜୟ ଦଶମୀ ଏବଂ ୧୨ରେ ୩୦ଘଣ୍ଟା ସମୟରେ ପୂର୍ଣ୍ଣହୁତି ସହ ପ୍ରସାଦ ସେବନ ଓ ଭୋଗ ବଣ୍ଟନ କରାଯାଇଥିଲା । ସାର୍ବଜନୀନ ଦୁର୍ଗା ପୂଜାର ମୁଖ୍ୟ ପୂଜକ ଦୟାନୀଧି ମିଶ୍ର, ହୃଷିକେଶ ମୁଣ୍ଡ, ଅକ୍ଷୟ ମିଶ୍ର, ଆର୍ତ୍ତତ୍ରାଣ ଯୋଷୀ, ସୁରେଶ ମିଶ୍ର ପ୍ରମୂଖ ପୂଜା କାର୍ଯ୍ୟ ତୁଳାଇ ଥିବାବେଳେ ପୂଜାର କର୍ତା ଭାବରେ ଭବାନୀ ବେହେରା ଓ ତାଙ୍କ ସହଧର୍ମିଣୀ ସଂଗୀତା ବେହେରା କର୍ତା କାର୍ଯ୍ୟ ତୋଳାଇଥିଲେ। ଦୁର୍ଗାପୂଜା କମିଟିର ସଭାପତି ଅମୀୟ ପାଣିଗ୍ରାହୀ, ଉପ ସଭାପତି ଦିଲୀପ କୁମାର ସାହୁ, ସମ୍ପାଦକ ମୋହିତ କୁମାର ଶର୍ମା, ଯୁଗ୍ମ ସମ୍ପାଦକ ସଚିତାନନ୍ଦ ମିଶ୍ର, କୋଷାଧ୍ୟକ୍ଷ ସଞ୍ଜୟ କୁମାର ସାହୁ ପ୍ରମୁଖ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ। ଦୁର୍ଗା ପୂଜା ମଣ୍ଡପ ଅତି ସୁସଜ୍ଜିତ ଏବଂ ସୌନ୍ଦର୍ଯ୍ୟ କରଣ ହୋଇଥିବାରୁ ଆଞ୍ଚଳବାସୀ ବେସ ଉତ୍ସାହର ସହିତ ପୂଜା ମଣ୍ଡପରେ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ ରାତ୍ର କାର୍ଯ୍ୟକ୍ରମ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ଅନେକ ଦର୍ଶକଙ୍କ ଭିଡ଼ ଜମିଥିଲା, ସେହିପରି କଲମପୁର ବ୍ଲକ ଅଞ୍ଚଳର ବଡ଼କୁଟରୁ ଏବଂ ବିଜମରା ଠାରେ ମଧ୍ୟ ସାର୍ବଜନୀନ ଦୁର୍ଗାପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଥିବାବେଳେ ଉଭୟ ସ୍ଥାନରେ ଭକ୍ତଙ୍କ ଜନଗହଳି ଏବଂ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଲାଗି ରହିଥିଲା। କଲମପୁର ଅଞ୍ଚଳରେ ଅବସ୍ଥିତ ଦୁର୍ଗା ପୂଜା ଗୁରୁବାର ସମ୍ପନ୍ନ ହୋଇଛି।



