ଜୟପାଟଣାଠାରେ ପାଇକ ସଂଗଠନର ଖଣ୍ଡା ପୂଜା

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ପବିତ୍ର ବିଜୟା ଦଶମୀ ଉପଲକ୍ଷେ ଯୁବ କ୍ଷତ୍ରିୟ ପାଇକ ସଂଗଠନ ଜୟପାଟଣା ତରଫରୁ ଏକ ଶୋଭାଯାତ୍ରା ଆୟୋଜନ ହୋଇଛି।ପାରମ୍ପରିକ ପୋଷାକ, ବାଜା ଓ ଝଣ୍ଡା ସହିତ ଶତାଧିକ ପାଇକ ଯୁବକ ସ୍ଥାନୀୟ ଶିବମନ୍ଦିର ପରିସରରୁ ବାହାରି ରାଜବାଟି ଠାରେ ଜୟପାଟଣା ଜମିଦାର ବା ମହାରାଜ ପରିବାରର ସମସ୍ତ ସଦସ୍ୟ ଙ୍କୁ ପାଛୋଟି ନେଇ ମା କନକ ଦୁର୍ଗା ମନ୍ଦିର, ମା କାଳୀ ମନ୍ଦିର, ମା ଦୁର୍ଗା ମନ୍ଦିର,ମା ଡୋକରୀ ମନ୍ଦିରରେ ନିଜ ନିଜ ର ଅସ୍ତ୍ର ବା ଖଣ୍ଡା ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିଥିଲେ।ଯୁବ ଭାଇମାନେ ପାଇକ ଆଖଡ଼ା ବା ଖଣ୍ଡା ଚାଳନା ଓ ଅନ୍ୟାନ୍ୟ କଳା କୌଶଳ ପ୍ରଦର୍ଶନ କରିଥିଲେ।ଏହି ଶୋଭାଯାତ୍ରା ରେ ଜୟପାଟଣା, ପାତ୍ରବସା, ଦେପୁର,ବନ୍ଦକନା, ମୁଖିଗୁଡ଼ା, ପତିଗୁଡ଼ା, ତାଲଗୁଡ଼, ପୁରପଲ୍ଲୀର ଅନେକ କର୍ମକର୍ତ୍ତା ଯୋଗଦାନ କରିଥିଲେ।