ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞସେନି ବାଗ) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସମିତି ଦେଓଗାଁ ବ୍ଲକ ସମିତି ଆନୁକୂଲ୍ୟରେ ଖଣ୍ଡାୟତ ସମାଜ ୭୮ ତମ ବାର୍ଷିକ ଖଣ୍ଡା ପୂଜା ଶ୍ରୀ ଶ୍ରୀ ବଳରାମ ଠାକୁରଙ୍କ ଶ୍ରୁତି ଏବଂ ମା ମଙ୍ଗଳା ଠାକୁରଙ୍କ ପୂଜାଅର୍ଚନା ଅବସରରେ ଘୁନସର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତି ଶିବଲାଲ ପ୍ରଧାନ, ସମ୍ପାଦକ ବିଦେଶୀ ପ୍ରଧାନ, ସହ ସମ୍ପାଦକ ମହେନ୍ଦ୍ର ବିଶ୍ୱଳ, କୋଷଦକ୍ଷ ଯୁଧିଷ୍ଠିର ନାୟକ, ପୂଜକ ଗୌରଙ୍ଗ ସା ଓ ସୁରେନ୍ଦ୍ର ସା, ଆଦିକାନ୍ଧ ପ୍ରଧାନ ପ୍ରହ୍ଲାଦ ନାଏକ, ବିପିନ ସ୍ୱାଇଁ, କୃଷ୍ଣ ପ୍ରଧାନ, କୃପତି ପ୍ରଧାନ, ଭ୍ରମର ସାହୁ, ରାମ ପ୍ରଧାନ, ସୁଶୀଲ ପ୍ରଧାନ, ଖଗେଶ୍ୱର ସ୍ୱାଇଁ, ଚତ୍ୟନ୍ୟ ସ୍ୱାଇଁ, କୋଳାଶ ପ୍ରଧାନ, ବଢିଆ ପ୍ରଧାନ, ଗୋବରଧନ ପ୍ରଧାନ ସମେତ ଦୁଇ ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।



