ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞସେନି ବାଗ) : ସଇଁତଲା ବ୍ଲକ ଧରପଗଡ଼ ଷଡ଼ବଂଶୀ କ୍ଷେତ୍ରୀୟ ସମାଜ ଜୋନାଲ କମିଟି ଧରପଗଡ଼ରେ ୧୫ ତମ ବିଜୟ ଦଶମୀ ଅନୁଷ୍ଠିତ ହୋଇଯାଇଛି। କର୍ତ୍ତା ଭାବରେ ଆନନ୍ଦ ଦାଣ୍ଡିଆ, ଜାନବି ଦାଣ୍ଡିଆ ଥିବାବେଳେ ପୂଜକ ନୀଳକଣ୍ଠ ଦାଣ୍ଡିଆ ଓ ଗୌର ବିଶିଙ୍କ ଦ୍ୱାରା ପୂଜା ସମ୍ପାଦନ କରିଥିଲେ। ସଭାପତି ଦେବରାଜ ଠାକୁରଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମ୍ପାଦକ ଦୃବ ଚରଣ ଚିନ୍ଦା ମଞ୍ଚ ପରିଚାଳନା କରିଥିଲେ। ଚିତ୍ରସେନ ଠାକୁର, ଆନନ୍ଦ ଠାକୁର, ନରେନ୍ଦ୍ର ବିଶି, ତ୍ରିନାଥ ରାଉତ, ଦିଲୀପ ଠାକୁର, ନାରାୟଣ ଚିନ୍ଦା, ସ୍ୱସ୍ତିକ କୁମାର ଚିନ୍ଦା, ସୁଧୀର କୁମାର ଚିନ୍ଦା, ରାଜକୁମାର ପାତ୍ର ତଥା ଶଗଡ଼ଘାଟ ଜାମୁଟ, ଗଣ୍ଡପତ୍ରାପାଳି, କୁଡାସିଙ୍ଗା, ଜରାସିଙ୍ଗାର ସମସ୍ତ ଗ୍ରାମପଞ୍ଚାୟତର କର୍ମକର୍ତା ଉପସ୍ଥିତ ରହିଥଲେ। କୋଷାଧକ୍ଷ ଭିକାରି ଦାଣ୍ଡିଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



