ବସ ଟ୍ରକ ମୁହାଁମୁହିଁ ଧକ୍କା ; ଡ୍ରାଇଭର ମୃତ୍ୟୁ, ୩୦ ଯାତ୍ରୀ ଆହତ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅଧିନ ଆମ୍ବପାଣି ଘାଟି ଖଡକା ବୁଲାଣି ମଧ୍ୟରେ ବସ ଓ ଟ୍ରକ୍ ମୁହାମୁହି ହେବା ଫଳରେ ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଏସବିଏମଏସ ନାମକ ଏକ ଘରୋଇ ବସ କଳାହାଣ୍ଡି ଦେଇ ଜୟପୁର ଅଭିମୁଖେ ଆସୁଥିବା ସମୟରେ ବିପରୀତ ଦିଗଦେଇ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ସହିତ ଆମ୍ବପାଣି ଘାଟିର ଏକ ବୁଲାଣି ନିକଟରେ ମୁହାମୁହି ଧକ୍କା ହୋଇଥିଲା।

ଏଥିରେ ବସରେ ବସିଥିବା ଯାତ୍ରୀ ଆହତ ହୋଇଥିବାବେଳେ ଘଟଣା ସ୍ଥଳରେ ହିଁ ଟ୍ରକ ଡ୍ରାଇଭରଙ୍କ ମୃତୁ ହୋଇଥିଲା। ଘଟଣା ସ୍ଥଳରେ ମୈଦଲପୁର ପୁଲିସ ଓ କଳାହାଣ୍ଡିରୁ ଅଗ୍ନିଶମ ବିଭାଗ ପହଞ୍ଚି ମୃତୁ ଡ୍ରାଇଭର ଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ପରେ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚିଥିଲେ। ଏହା ସହ ଆହତ ଯାତ୍ରୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମୈଦଲପୁର ଓ ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଥାଉକି, ଆମ୍ବପାଣି ନିକଟ ଖଡକାପଦର ବୁଲାଣିରେ ଦୈନଦିନ ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିପ୍ରତି ଏନଏଚ କର୍ତ୍ତୁପକ୍ଷ ଓ  ଜିଲ୍ଲା ପ୍ରଶାସନ  ଗୁରୁତ୍ଵ ନ ଦେବାରୁ ଜନ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।