କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଗତ ତିନି, ଚାରି ଦିନ ତଳେ ହୋଇଥିବା ଲଘୁଚାପ ଜନିତ ବର୍ଷା ଜିଲ୍ଲାର ଅନେକ ବ୍ଲକରେ ତାହାର ତାଣ୍ଡବ ଦେଖାଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଧ୍ୟ ଏହାର ସଂସ୍ପର୍ଶରେ ଆସିଥିଲା। ବ୍ଲକର ଅନେକ ପଞ୍ଚାୟତରେ ଲଗାଣ ବର୍ଷା ଯୋଗୁଁ କୋଉଠି କାହାର ଘର ଭୁଶୁଡ଼ି ଯାଇଛି ତ’ କୋଉଠି ରାସ୍ତା ଉପରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ପୋଲ ଭାଙ୍ଗି ଯାଇଛି। ପୁଣି କିଛି ପଞ୍ଚାୟତରେ ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇଥିବା ଖବର ମିଳିଛି। ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ନର୍ଲା ବିଧାୟିକା ମନୋରମା ମହାନ୍ତି ଲୋକଙ୍କ ସମସ୍ୟା ଶୁଣିବା ଓ ପରିସ୍ଥିତିକୁ ପରକ୍ଷିବା ପାଇଁ କେସିଙ୍ଗା ବ୍ଲକର ବେଲଖଣ୍ଡି, ହାତୀଖୋଜ, ସିର୍ଜାପଲି, ତୁଣ୍ଡଲା, ତୁର୍ଲାଖମନ୍, ନୁନମାଠ ପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ର ଆକଳନ କରି ଲୋକଙ୍କ ଦୁଃଖ ସମୟରେ ଲୋକଙ୍କ ସହିତ ଠିଆ ହୋଇଥିଲେ। ସୂଚନା ଅନୁଯାୟୀ ଉକ୍ତ କେତୋଟି ପଞ୍ଚାୟତରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରାୟ ୪୦୦ ଏକର ରୁ ଉର୍ଦ୍ଧ ଧାନ ଫସଲ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି।ସେଥି ପାଇଁ ବିଧାୟିକା ଅଞ୍ଚଳର ରାଜସ୍ବ ଅଧିକାରୀଙ୍କୁ ସାଙ୍ଗରେ ନେଇ କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରସ୍ତ କରି ଚାଷୀ ଭାଇମାନେ କିପରି ଉଚିତ କ୍ଷତିପୂରଣ ପାଇପାରିବେ ସେହି ବିଷୟରେ ଅନ୍ୟ ଅଧିକାରୀ ଓ ଅଞ୍ଚଳର ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଅନ୍ୟପଟେ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନେତୃତ୍ୱରେ ସ୍ଥାନୀୟ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ମାନେ ମଧ୍ୟ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ବିଧାୟିକାଙ୍କ ସହିତ ଅନ୍ୟ ମାନଙ୍କ ମଧ୍ୟରେ ସିର୍ଜାପାଲି ସରପଞ୍ଚ ତଥା କେସିଙ୍ଗା ବ୍ଲକ ଆଞ୍ଚଳିକ ବିଜେଡି ସଭାପତି ପ୍ରମୋଦ ଦାସ, ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ, ଦିଲୀପ ଦୋରା, ଦିଲୀପ ସାହୁ, ଅମିତ ଦାସ,ରୋହିତ ସାହୁ, ଚକାମନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।




