ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓବିସି ମଞ୍ଚ ତରଫରୁ ସମାଜର ସାମ୍ବିଧାନିକ ହକ ଅଧିକାର ପାଇଁ ବ୍ରାହ୍ମଣ ଛେଣ୍ଡିଆ ଠାରେ ଓବିସି ମଞ୍ଚ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳ ଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚ ସଭାପତି ଦୁର୍ଗା ପ୍ରସାଦ ନାଏକ,ବିଶିଷ୍ଟ ଅତିଥି ଭାବେ ଓବିସି ମଞ୍ଚ ଜିଲ୍ଲା ସଂପାଦକ ହିମାଂଶୁ ବରାଡ଼, ଶିକ୍ଷାବିତ ତଥା ମାଳି ସମାଜ କୁଳପତି ପ୍ରକାଶ ବଣିଆ, ଜିଲ୍ଲା ଓବିସି ମଞ୍ଚ କୋଷାଧ୍ୟକ୍ଷ ଡିକଚନ ସାହୁ ଉପ ସଭାପତି ବେଣୁଧର ନାଏକ, ପ୍ରେମଲାଲ ନାଏକ, ପ୍ରମୋଦ ହଂସ, ଜିଲ୍ଲାପରିଷଦ ପ୍ରଣବ ଭଇଁସାଲ, ଆଇନଜୀବୀ କୁବେର ସାହୁ, ଶିକ୍ଷାବିତ ଗିରିଧାରୀ ସାହୁ, ଯୋଗଦାନ କରିଥିଲେ । ପ୍ରଥମେ ସମାଜର ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟତଃ ଓବିସି ମାନଙ୍କ ସାମ୍ବିଧାନିକ ହକ, ଅଧିକାର ଓ ସମାନୁପତିକ ପ୍ରତିନିଧିତ୍ୱ, ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ସହ ଏହି ବର୍ଗର ଯୁବକ,ଯୁବତୀଙ୍କୁ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ ମାଗଣାରେ କୋଚିଂ ବ୍ୟବସ୍ଥା, ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିକୁ ଜିଲ୍ଲା ଭିତିକ କରିବା ପାଇଁ ଆଲୋଚନା କରିଥିଲେ। ଏବଂ ଅଗାମିଦିନରେ ଓବିସି ସମାଜ କୁ ସୁ ସଂଗଠିତ କରି ଆଗକୁ ବଢ଼େଇବା ପାଇଁ ଧର୍ମଗଡ଼ ଓବିସି ମଞ୍ଚ କମିଟି ଗଠନ ହୋଇଥିଲା। କାର୍ଯ୍ୟକ୍ରମ କୁ ଓବିଶି ମଞ୍ଚ ସଂଯୋଜକ ଡାକେଶ୍ୱର ଲହଜଳ ପରିଚାଳନା କରିଥିଲେ। ଧର୍ମଗଡ ବ୍ଲକ ସଭାପତି ପ୍ରମୋଦ ହଂସ କାର୍ଯ୍ୟକାରୀ ସଭାପତି ଉଦିତ ନାଏକ ଉପ ସଭାପତି ବସନ୍ତ ସାହୁ କାଞ୍ଚନମାଲା ଗୋପାଳ ସମ୍ପାଦକ ଏକାଦଶୀ ଗୋପାଳ ସହ ସମ୍ପାଦକ ସନ୍ତୋଷ କୁମାର ଭୋଇ କୋଷାଧକ୍ଷୟ ଘନଭାଟି ଯୁବ ସଭାପତି ପ୍ରଣବ ପ୍ରକାଶ ଭଏସାଲ କାର୍ଯ୍ୟକାରୀ ସଭାପତି ରତନ ନାଏକ ସମ୍ପାଦକ ସୁଧୀର ଗୋପାଳ ସାଂଗଠାନିକ ସମ୍ପାଦକ ଲବଣୀ ଯାଦବ ପ୍ରମୁଖ ମନୋନୀତ ହୋଇଛନ୍ତି ।



