ଜଳ ବନ୍ଦୀ ବାସୀଙ୍କ ଦୁଃଖ ଦୂର ହେବ କେବେ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ଦେଇ ପ୍ରବାହିତ ନଦୀକୁ ବାନ୍ଧି ବନ୍ଧ କରିଦିଆଗଲା,ନା ମିଳିଲା ଜଳସେଚନ ସୁବିଧା ନା ଅନ୍ୟ ଅତିରିକ୍ତ କୌଣସି ବିକଳ୍ପ ସୁବିଧା। ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇ ତତ୍କାଳୀନ ସ୍ୱଳ୍ପ ସହାୟତାରେ ଜୀବନ ଜୀବିକା ତୁଲାଇବାକୁ ବାଧ୍ୟ। ଏଣୁ କିଛି ବିସ୍ଥାପିତ ଜଳ ମଗ୍ନ ନ ହେବାରୁ ଗୁରୁ ମାଇ ଗୁଡ଼ା ତଲଙ୍ଗ, ଝଲାଗୁଡ଼ାରେ ବସବାସ କଲେ। ସେପଟେ ବିନା ବିସ୍ଥାପନ ସହାୟତାରେ ଜଳବନ୍ଦୀ କଷ୍ଟ ଭୋଗ କରୁଛନ୍ତି ଟାଙ୍ଗନିକୋଟ, ବାଗ୍ରା ଗ୍ରାମ ବାସୀ। ଉକ୍ତ ଗ୍ରାମ ଗୁଡ଼ିକରୁ ଡଙ୍ଗାଘାଟ ଯାଏଁ ରାସ୍ତା ନ ଥିବା ଏବଂ ଯାନ ବାହାନ ଚଳାଚଳ କରୁ ନ ଥିବାରୁ ଗର୍ଭ ବତୀ ମହିଳା ଓ ରୋଗୀଙ୍କୁ ଖଟିଆ କିମ୍ବା ବୋହି ଆଣିବା କୁ ପଡୁଛି ଆମ୍ବୁଲାନ୍ସ ବୋଟ ପର୍ଯ୍ୟନ୍ତ। ଦୀର୍ଘ ତିନି କିଲୋ ମିଟର ବୋହି ଆଣିବା ଉଭୟ ରୋଗୀ ଓ ବୋହି ଆଣୁଥିବା ବ୍ୟକ୍ତିଙ୍କ ପାଇ କଷ୍ଟ ଦାୟକ ହେଉଛି। ସେପଟେ ଡ଼ଙ୍ଗା ଘାଟରେ ବୋଟ ରହିବା ସ୍ଥାନରେ ପାହାଚ ସୁବିଧା ମଧ୍ୟ ନ ଥିବାରୁ ବେଦନା ଆହୁରି ବଢି ଯାଉଛି। ଏଭଳି ଚିତ୍ର ଆଜି ଦେଖିବାକୁ ମିଳିଛି, ଗିରିମଣୀ ମୁଦୁଲି, ଗୁରୁ ମାଇଗୁଡା, ମଞ୍ଚାଗାଁ ପଞ୍ଚାୟତ, ତେନ୍ତୁଳିଖୁଣ୍ଟି ବ୍ଲକଙ୍କ କ୍ଷେତ୍ରରେ । ତାଙ୍କୁ ବୋହି ଆଣୁଥିବା ଦୃଶ୍ୟ ବେଶ୍ ଭାଇରାଲ ହେଉଛି। ଗୁରୁମାଇଗୁଡା ଠାରୁ ନଦୀଘାଟ ପର୍ଯନ୍ତ ଯାତାୟତ ରେ ଅସୁବିଧା ନେଇ ରାଜଧାନୀରୁ ଆସୁଥିବା ସଚିବ ଓ ତତ୍କାଳିନ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଅବଗତ ଅଛନ୍ତି। କେନ୍ଦୁଗୁଡ଼ା ଠାରେ ବ୍ରିଜ ଓ ସଂଯୋଗକାରି ରାସ୍ତା ପାଇଁ ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ଉକ୍ତ ପ୍ରସ୍ତାବ ଶୀତଳ ଭଣ୍ଡାରରେ ଥିବା ଭଳି ମନେ ହେଉଛି। ବିଗତ ଦିନରେ ଉକ୍ତ ଅଞ୍ଚଳରେ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କାର ରାସ୍ତା ଆଦି କାମ ହୋଇଥିବା ରେକର୍ଡ କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା ମନେ ହେଉଛି । ଜଳବନ୍ଦୀ ଅଞ୍ଚଳ ବାସୀଙ୍କ ଅସୁବିଧା ଦୂର ପାଇଁ ଅନେକ ପ୍ରସ୍ତାବ ଦିଆଯାଇଛି ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ବିଡ଼ିଓ ମନୋଜ ପାଣିଗ୍ରାହୀ କହିଛନ୍ତି। ୧୦୮ ବୋଟ ଆମ୍ବୁଲାନ୍ସ ରହିବା ସ୍ଥାନରେ ପାହାଚ ନଥିବା ବିଷୟ କୌଣସି ଅଭିଯୋଗ ଆସି ନଥିଲା ଏହାର ସମାଧାନ କରାଯିବ ବୋଲି କହିଛନ୍ତି ବିଡ଼ିଓ।