ଜୟପାଟଣା ବ୍ଳକ ଡ୍ରାଇଭର ମହା ସଂଘର ଉପସଭାପତିଙ୍କ ହୃଦଘାତରେ ମୃତ୍ୟୁ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଡ୍ରାଇଭର ମହାସଂଘର ଉପସଭାପତି କରଞ୍ଜିଗୁଡା ଗ୍ରାମର ଅଭିମନ୍ୟୁ ସାହୁଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା।

ସେ’ ଜଣେ ପରୋପକାରୀ ଓ ମେଳାପୀ ସ୍ବାଭାବର ବ୍ୟାକ୍ତି ରହିଥିଲେ। ତାଙ୍କର ଦେହାନ୍ତ ଖବର ଅଞ୍ଚଳରେ ପ୍ରଚାର ହେବାପରେ ଶୋକର ଛାୟା ଖେଳିଯାଇଛି। ଜୟପାଟଣା ବ୍ଳକ ଡ୍ରାଇଭର ମହା ସଂଘ ଓ ମୁଖିଗୁଡା ଡ୍ରାଇଭର ମହା ସଂଘ ପକ୍ଷରୁ ଗଭିର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଦୁଇ ପୁତ୍ର ଓ ଦୁଇ ଝିଅ ଅଛନ୍ତି। ବଡ ପୁଆ ରିଙ୍କୁ ସାହୁ ମୁଖଗ୍ନି ଦେଇଥିଲେ। ଜୟପାଟଣା ଡ୍ରାଇ ମହାସଂଘର ଶତାଧିକ ଡ୍ରାଇଭର ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତରେ ଅନ୍ତିମ ସଂସ୍କାର କରାଯାଇଛି।