କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଅଞ୍ଚଳରେ ଦିନକୁ ଦିନ ରାସ୍ତା ଦୁର୍ଘଟଣା ଘଟୁଥିବାବେଳେ ଅନେକ ମୂଲ୍ୟବାନ ଜୀବନ ହାନୀ ହେଉଛି । ଦୁର୍ଘଟଣା ବଢିବଢି ଚାଲିଥିବାରୁ ପ୍ରାଣହାନୀ ମଧ୍ୟ ବଢିବଢି ଚାଲିଛି ।ଗତକାଲି ଏଇଭଳି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ପଲମ ଫାଣ୍ଡି ଅନ୍ତର୍ଗତ ଆଲିମ ଗ୍ରାମରେ ସୂଚନା ଅନୁଯାୟୀ କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମର କୋଦଣ୍ଡ ନାଏକ (୨୦) ରବିବାର ଦିନ ଅପରାହ୍ନରେ ବନ୍ଧପଡା ଗ୍ରାମର ନିଜ ସଂପର୍କୀୟଙ୍କ ଘରୁ ନିଜ ଘର ପରଲସିଙ୍ଗା କୁ ନିଜ ପଲସର ମୋଟରସାଇକଲ୍ ଗାଡି ନଂ ସି ଜି ୦୪ ଏମ ଏସ ୯୦୮୮ ରେ ଫେରୁଥିବା ସମୟରେ କେସିଙ୍ଗା ଥାନା ଅଧିନସ୍ଥ ପଲମ ଫାଣ୍ଡି ଅନ୍ତର୍ଗତ ପଲମରୁ ରୁପ୍ରା କୁ ଯାଇଥିବା ରାସ୍ତାରେ ଥିବା ଆଲିମ ଗ୍ରାମ ନିକଟରେ ଏକ କଦଳୀ ବୋଝେଇ ପିକଅପ ଗାଡି ନଂ ଓ ଡି ୦୩ ଏ ସି ୨୪୫୬ ଗାଡ଼ି ସହିତ ସାମ୍ନାସୁମ୍ନୀ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଲକ କୋଦଣ୍ଡ ନାଏକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ପିକଅପ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା । ପରେ ନିଜ ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ ଏବଂ କ୍ଷତିପୂରଣ ପାଇଁ ଦାବି କରିଥିଲେ । ପରେ ଖବର ପାଇ ପଲମ ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫଲୋ ଏବଂ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ୍ କରିବା ସହ ଶବବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।




