ଏକଲ ଅଭିଯାନ କୋକସରା ସଂଚ ପକ୍ଷରୁ ଶିକ୍ଷା ସାମଗ୍ରୀ ବଣ୍ଟନ 

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ସଞ୍ଚ ସମିତି ପକ୍ଷରୁ ସଂଚର ୨୩ ଗୋଟି ବିଦ୍ୟାଳୟ ପାଇଁ ଶିକ୍ଷା ଉପକରଣ ଓ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ଅବସରରେ ସଞ୍ଚ ସମିତି ଅଧ୍ୟକ୍ଷ କିଶନ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାଉଡୋଲାଠାରେ ଏକ ସଞ୍ଚ ସମିତି ବୈଠକ ଆୟୋଜନ କରାଯାଇଥିଲା। ସଂଚ ଅଧ୍ୟକ୍ଷଙ୍କ କହିବା କଥା ପିଲାଙ୍କୁ କିଭଳି ଶିକ୍ଷା ଓ ସଂସ୍କାର ତଥା ପଞ୍ଚମୁଖି ଶିକ୍ଷା ଉପରେ କିଭଳି ପିଲା ଆକୃଷ୍ଟ ହେବେ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଶିକ୍ଷା ଯେମିତି ବୋଝ ନ ହୁଏ ସେଥିପାଇଁ ମାଗଣାରେ ଶିକ୍ଷା ସାମଗ୍ରୀ ପ୍ରଦାନ କରାଯାଇଛି। ଉକ୍ତ ବୈଠକରେ ଦେଶପାଇଁ ନିଜକୁ ସମର୍ପଣ କରୁଥିବା ସୈନିକଙ୍କ ସମ୍ମାନ ଓ ସାରା ବିଶ୍ବକୁ ଅନ୍ନ ଯୋଗାଉଥିବା ଚାଷୀଙ୍କୁ ସମ୍ମାନୀତ କରିବା ନିମନ୍ତେ ଏକଲ ଅଭିଯାନ ପକ୍ଷରୁ ଆଗକୁ ହେବାକୁ ଥିବା ସୈନିକ ସମ୍ମାନ ଓ କୃଷକ ସମ୍ମାନ ଉପରେ ଆଲୋଚନା କରାଯାଇଥିଲା। ବୈଠକକୁ ସୁରେନ୍ଦ୍ର ରାଉତ ପରିଚାଳନା କରିଥିବାବେଳେ ଏକଲ ଗୁରୁଜି, ଗୁରୁମା ଉପସ୍ଥିତ ରହି ଶିକ୍ଷା ସାମଗ୍ରୀ ଗ୍ରହଣ କରିଥିଲେ।