ଖାତିଗୁଡାରେ ଗଜଲଷ୍ମୀ ପୂଜା

ତେନ୍ତୁଳିଖୁ୍ଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାରେ ଗଜଳଷ୍ମୀ ପୂଜା ପାଳିତ ହୋଇଯାଇଅଛି । ଖାତିଗୁଡା, ଫଟାଗୁଡା ଓ ଆଉଳିଗୁମାରେ ପାଳିତ ହୋଇଛି ମା ଗଜଲଷ୍ମୀଙ୍କ ପୂଜାର୍ଚ୍ଚନା । ସନ୍ଧ୍ୟା ସମୟରେ ପ୍ରତେକ ପୂଜା ମଣ୍ଡପରେ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା । ଫଟାଗୁଡା ଠାରେ ମୂଖ୍ୟ ରାସ୍ତା ସହ ପୂଜା ମଣ୍ଡପରେ ରଙ୍ଗବେରଙ୍ଗ ଆଲୁଅରେ ସଜବାଜ ହୋଇଥିବା ବେଳେ ମୋହେନ୍ଦ୍ର ପାତ୍ର ଓ ତାଙ୍କ ଧର୍ମ ପତ୍ନୀ ଲିନା ନାୟକ କର୍ତ୍ତା ଭାବେ ବସି ପୂଜାର୍ଚ୍ଚନା କରିଥିଲେ । ଠିକ ସେହିଭଳି ଇନ୍ଦ୍ରାବତୀ ଖାତିଗୁଡା ମାର୍କେଟ ତ୍ରିନାଥ ମନ୍ଦିର ଗଜଳଷ୍ମୀ ପୂଜା କମିଟି ପକ୍ଷରୁ ପୋଷ୍ଟ ଅଫିସ ସମୁଖରେ ହୋଉଥିବା ଗଜଲଷ୍ମୀପୂଜା ମଣ୍ଡପରେ ସୁଶାନ୍ତ ରାଉତ ଓ ତାଙ୍କ ଧର୍ମ ପତ୍ନୀ ରାଣିଆ ରାଉତ କର୍ତ୍ତା ଭାବେ ବସି ପୂଜାର୍ଚ୍ଚନା କରିଥିଲେ । ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ଠାରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ରଙ୍ଗୀନ ଆଲୁଅରେ ସଜବାଜ ସହ ସଚେତନତା ବାର୍ତ୍ତା ସମ୍ବଳିତ କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ଏହି ସ୍ଥାନମାନଙ୍କରେ ବେଶ ଭିଡ଼ ଦେଖିବାକୁ ମିଳିଛି । ଖାତିଗୁଡା ମାର୍କେଟ ତ୍ରିନାଥ ମନ୍ଦିର କମିଟି ପକ୍ଷରୁ (ଅର୍ଣ୍ଣଭୋଗ) ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏଥିରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିବାବେଳେ କମିଟି ବୃନ୍ଦ ଓ ସ୍ଥାନୀୟ ଲୋକେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।